pakka

କିସ୍‌କୁ ଆନ୍ତର୍ଜାତୀୟ ଶିକ୍ଷା ପୁରସ୍କାର

  • କିସ ଏବଂ କିସ ପ୍ରତିଷ୍ଠାତାଙ୍କୁ ଅଭିନନ୍ଦନ ଜଣାଇଲେ ଆଦିବାସୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୃଥିବୀରେ ପ୍ରଥମ ସମ୍ପୂର୍ଣ୍ଣ ଆବାସିକ, ସମ୍ପୂର୍ଣ୍ଣ ନିଃଶୁଳ୍କ କିସ୍‌ ଆଦିବାସୀ ବିଶ୍ୱବିଦ୍ୟାଳୟକୁ ୟୁନେସ୍କୋ ପୃଥିବୀର ସର୍ବଶ୍ରେଷ୍ଠ ପୁରସ୍କାର ‘ଆନ୍ତର୍ଜାତୀୟ ଶିକ୍ଷା ପୁରସ୍କାର ୨୦୨୨’ ପ୍ରଦାନ କରିଛନ୍ତି । ଗତକାଲି ବିଶ୍ୱ ସାକ୍ଷରତା ଦିବସ ପାଳନ ଅବସରରେ ଏହି ମର୍ଯ୍ୟାଦାଜନକ ପୁରସ୍କାର ଆଫ୍ରିକାଠାରେ କିସ୍‌କୁ ପ୍ରଦାନ କରାଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ସାରା ରାଜ୍ୟର ଆଦିବାସୀମାନଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି । ଦୀର୍ଘ ତିରିଶ ବର୍ଷ ମଧ୍ୟରେ ଲକ୍ଷ ଲକ୍ଷ ଗରିବ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ନୀରବଚ୍ଛିନ୍ନ ଶିକ୍ଷାଦାନ କରିଥିବା କିସ୍‌ର ଏହି ମହାନ ସଫଳତା ପଛରେ ବିଶ୍ୱକର୍ମା ଭଳି ରାତିଦିନ କାର୍ଯ୍ୟ କରୁଥିବା କିସ୍‌ର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତଙ୍କୁ ଆଦିବାସୀମାନେ କୃତଜ୍ଞତା ଜ୍ଞାପନ କରିଥିଲେ । କିସ୍‌ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଓଡିଶାର ଗର୍ବ, ଭାରତର ଗୌରବ ଏବଂ ବିଶ୍ୱର ବିସ୍ମୟ ବୋଲି ଆଦିବାସୀମାନେ ପ୍ରଶଂସା କରିଥିଲେ । କିସରେ ଉଚ୍ଚ ଶିକ୍ଷା, ଗୁଣାତ୍ମକ ଶିକ୍ଷା, ବୃତ୍ତିଗତ ଶିକ୍ଷା ସମେତ ଆଦିବାସୀ ମାତୃଭାଷାରେ ଶିକ୍ଷାଦାନ, ଆଦିବାସୀ ସଂସ୍କୃତି, ନୃତ୍ୟ, ଗୀତ, ବାଦ୍ୟ, ସଂଗୀତର ପ୍ରଚଳନ, ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ରୀଡା ସନ୍ତରଣ କୁସ୍ତି, ତୀରନ୍ଦାଜୀ ଭଳି ଲୁକ୍କାୟିତ ପ୍ରତିଭାର ପରିସ୍ପୁଟନ କରି ବିଶ୍ୱ ଦରବାରରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ବିଦିତ କରିବା, ଉଚ୍ଚ ଶିକ୍ଷା ଦ୍ୱାରା ଆଦିବାସୀମାନଙ୍କ ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ବିକାଶ, ମାନବିକ ଅଧିକାର ସୁରକ୍ଷା ଦିଗରେ ଆଦିବାସୀମାନଙ୍କୁ ଦେଶର ମୁଖ୍ୟ ସ୍ରୋତରେ ସାମିଲ କରୁଥିବାରୁ ଡ଼. ଅଚ୍ୟୁତ ସାମନ୍ତଙ୍କ ମାନବବୋଧ କାର୍ଯ୍ୟକୁ ଆଦିବାସୀମାନେ ଭୁୟସୀ ପ୍ରଶଂସା କରି ସାଧୁବାଦ ଜଣାଇଥିଲେ । କିସ୍‌ ପରିସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, କିସ୍‌ ଅଭିଭାବକ ସଂଘର ସଭାପତି ବନଳତା ମାଝି, ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କର୍ମକର୍ତ୍ତା, ବଲାଙ୍ଗିର କିସ୍‌ ସ୍କୁଲର ପ୍ରଧାନ ଶିକ୍ଷକ ସହିତ ଶତାଧିକ ଆଦିବାସୀ ଉପସ୍ଥିତ ଥିଲେ । ବିଶିଷ୍ଟ ସାମ୍ବାଦିକ ଚିତ୍ତରଞ୍ଜନ ମିଶ୍ର ସଭା ପରିଚାଳନା କରିଥିଲେ ।

Leave A Reply

Your email address will not be published.

15 + seven =