pakka

ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଷଷ୍ଠ ଦିବସ

l2
  • ଧଣ୍ଡାମୁଣ୍ଡା, ଏବିଏଫ୍‌ଏ ଲୋଇସିଂହା, ସିସିଏଫ୍‌ଏ, ଚୂଡାପାଲି, କଣ୍ଟାବାଞ୍ଜି, ଜିଏସ୍‌ପି ଟିଟିଲାଗଡ, ବ୍ଲୁମାଉଣ୍ଟେନ, ଜରାସିଂହା ଓ ଗେର୍ଡି ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ଖପ୍ରାଖୋଲ ପଡିଆରେ ଧଣ୍ଡାମୁଣ୍ଡା ୨-୦ ଗୋଲରେ ବେନକେରାକୁ ହରାଇ ଗ୍ର୍ରୁପ ଚମ୍ପିୟାନ ହୋଇଛି । ଅତିଥି ଭାବେ ହିନ୍ଦୀ ଶିକ୍ଷକ କାର୍ତ୍ତିକେଶ୍ୱର ବେହେରା ଯୋଗ ଦେଇଥିଲେ । ରେଫରି ଭାବରେ ଦୋଳଗୋବିନ୍ଦ ମୁଣ୍ଡା, ଦୀପକ ରାଜହଂସ, ରାଜେନ୍ଦ୍ର ସେଠ ଓ ଖିରସିନ୍ଧୁ ବେହେରା ପରିଚାଳନା କରିଥିଲେ । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ଗେର୍ଡି ୩-୧ ଗୋଲରେ ବାଗଡିଆକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ସାଇଟ ଡିପ୍ଲୋମା ଇଂଜିନିୟରିଂ ଅଧ୍ୟକ୍ଷା ନମିତା ପଟେଲ ଓ ସାଇଟ ନସିଂ ଅଧ୍ୟକ୍ଷା ସ୍ନିଗ୍ଧା ମିନତି ଦାନୀ ଯୋଗ ଦେଇଥିଲେ । ରେଫରି ସୁଦର୍ଶନ ସେଠ, ନିଶାରକାନ୍ତ ନାଗ, ସୁଧାଂଶୁ ସେଠ ଓ ସଂଜିବ ମହାରଣା ଖେଳ ପରିଚାଳନା କରିଥିଲେ । ମିଶନ ପଡିଆରେ ସିସିଏଫ୍‌ଏ ୨-୦ ଗୋଲରେ କନ୍ଧପାଲିକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବରେ ପୂର୍ବତନ ବଲାଙ୍ଗିର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ ଯୋଗ ଦେଇଥିଲେ । ରେଫରି ସୁଦୟ ବାରିକ, ଅବଦୁଲ ମୁଜିବ, ଦେବାଶିଷ ବାଗ ଓ ଶୁଶାନ୍ତ ନାଗ ଖେଳକୁ ପରିଚାଳନା କରିଥିଲେ । ଖୁଜେନପାଲି ପଡିଆରେ ବ୍ଲୁମାଉଣ୍ଟେନ ଟ୍ରାଏବ୍ରେକର ୪-୨ ଗୋଲରେ ବାଗଭାଡିକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ପୂର୍ବତନ ଫୁଟବଲ ଖେଳାଳିି ପ୍ରଦୀପ କୁମାର ତ୍ରିପାଠି ଓ କ୍ରୀଡା ସଂସଦର ଯୁଗ୍ମ ସଂପାଦକ ଶତୃଘନ ସିଂ ଯୋଗ ଦେଇଥିଲେ । ରେଫରି ଭାବରେ ପ୍ରଫୁଲ୍ଲ ବଗର୍ତ୍ତି, ସୁରେଶ ନାଏକ, ଶ୍ରବଣ ବାଗ ଓ ଖଲିଲ ରେହମନ ଦାୟିତ୍ୱ ତୁଳାଇଥିଲେ । ଚୁଡାପାଲି ପଡିଆରେ ଚୁଡାପାଲି ନବଜ୍ୟୋତି ୨-୦ ଗୋଲରେ ରେଙ୍ଗଟାସିଲକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ଚୁଡାପାଲି ଭିଏଏସ୍‌ ଶୁଭାଷିଷ ସାମନ୍ତ ଯୋଗ ଦେଇଥିଲେ । ରେଫରି ଭାବେ ରାଜେନ୍ଦ୍ର ଧରୁଆ, ପୁରୁଷୋତ୍ତମ ବୁଡେକ, ଜଳନ୍ଧର ସାହୁ ଓ ମଣ୍ଟୁ ବେହେରା ଦାୟିତ୍ୱ ତୁଳାଇଥିଲେ । ହଳଦି ପଡିଆରେ କଣ୍ଟାବାଞ୍ଜି ଏଫ୍‌ଏ ୪-୦ ଗୋଲରେ ହଳଦି ଜେଏମ୍‌ଡିବିକୁ ହରାଇ ବିଜୟୀ ହୋଇଛି । ରେଫରି ଭାବେ ଆଶିଷ ଦେବସା, ପାଣ୍ଡବ ବିଶି, ଅଶ୍ୱିନୀ ଭୁକ୍ତା ଓ ପ୍ରତାପ ଭୁକ୍ତା ଦାୟିତ୍ୱ ତୁଳାଇଥିଲେ । ଜରାସିଂହା ପଡିଆରେ ଜରାସିଂହା ବିଏନ୍‌ଏଏ ୭-୦ ଗୋଲରେ ଘୁଚେପାଲିିକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବରେ ପେକ୍ସ ସଂପାଦକ ରାମକୃଷ୍ଣ ସାହୁ ଯୋଗ ଦେଇଥିଲେ । ରେଫରି ଭାବରେ ସଞ୍ଜନ କୁଦେଇ, କୁନ୍ତେ ମେହେର, ଲକ୍ଷ୍ମୀଧର ମହାନ୍ତି ଓ ପ୍ରଶାନ୍ତ ସେନାପତି ଖେଳ ପରିଚାଳନା କରିଥିଲେ । ତୁର୍ଲା (ଟିଟିଲାଗଡ) ପଡିଆରେ ଜିଏସପି ଟିଟିଲାଗଡ ଟ୍ରାଏବ୍ରେକର ୪-୨ ଗୋଲରେ ନାନେଝରକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବରେ ପୂର୍ବତନ ଜିଲ୍ଲା କ୍ରୀଡାଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ ଯୋଗ ଦେଇଥିଲେ । ରେଫରି ଭାବରେ ଲବ ସୁନାନି, ଯଶୋବନ୍ତ ମାଝି, ମୋହନ ପ୍ରଧାନୀ ଓ ମଳୟ ଘିଭେଲା ଦାୟିତ୍ୱ ତୁଳାଇଥିଲେ । ଲୋଇସିଂହା ଷ୍ଟାଡିୟମରେ ଅନୁଷ୍ଠିତ ଖେଳରେ ଏବିଏଫ୍‌ଏ ଲୋଇସିଂହା ୨-୦ ଗୋଲରେ ଡେଙ୍ଗଜୁରିକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲିପ କୁମାର ବେହେରା ଯୋଗ ଦେଇଥିଲେ । ରେଫରି ଭାବେ ଜ୍ୟୋର୍ତିମୟ ରାଉତ, କରୁଣାକର ପ୍ରଧାନ, ଜିତେନ୍ଦ୍ର ପାତ୍ର ଓ ବିଜୟ ରଣା ଦାୟିତ୍ୱ ତୁଳାଇଥିଲେ ।

pp
Leave A Reply

Your email address will not be published.

3 + 19 =