pakka

ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ସଂଘର୍ଷ ସମିତି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ସଂଘର୍ଷ ସମିତି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଆଇନ ମହାବିଦ୍ୟାଳୟରେ ଆଜି ସନ୍ଧ୍ୟା ୬ଟା ସମୟରେ ସମିତିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସୂଚନା ଯୋଗ୍ୟ ଯେ, ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପ୍ରକଳ୍ପର ମନ୍ଥରତା ପାଇଁ ବଲାଙ୍ଗିର, ବୌଦ୍ଧ ଓ ସୋନପୁରର ବୁଦ୍ଧିଜୀବୀଙ୍କୁ ନେଇ ଆସନ୍ତା ୧୧ ତାରିଖ ଦିନ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ହେବାକୁ ଥିବା ବୈଠକ ପୂର୍ବରୁ ଆଜି ବଲାଙ୍ଗିରର ସମସ୍ତ ସଂଗଠନ, ସଂଗଠକ ଓ ବୁଦ୍ଧିଜୀବୀମାନଙ୍କ ଉପସ୍ଥିତିରେ ଏକ ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇଥିଲା । ଏହି ବୈଠକରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପ୍ରକଳ୍ପକୁ କିଭଳି ତ୍ୱରାନ୍ୱିତ କରାଯିବ ଏବଂ ଏଥିପାଇଁ ଆବଶ୍ୟକ ପହିଲେ ସଂଘର୍ଷ ସମିତି ପକ୍ଷରୁ ଦୁର୍ବାର ଆନ୍ଦୋଳନ କରାଯିବ ସେ ସମ୍ପର୍କରେ ଉପସ୍ଥିତ ବୁଦ୍ଧିଜୀବୀମାନେ ନିଜ ନିଜ ମତ ଉପସ୍ଥାପନ କରିବା ସହ ଆସନ୍ତା ୧୧ ତାରିଖ ଦିନର ବୈଠକକୁ କିଭଳି ସଫଳ କରାଯିବ ସେ ସମ୍ପର୍କରେ ମତ ରଖିଥିଲେ । ବୈଠକରେ ରିଲୁ ରଥ, ଦିନେଶ ଦାନୀ, ସାନନ୍ଦ ମିଶ୍ର, ମନିଷ କୁମାର ମିଶ୍ର, ଆନନ୍ଦ ଚନ୍ଦ୍ର ସାହୁ, ଶେଖ୍‌ ମହମ୍ମଦ ୱାହିଦ୍‌, ଦୀପକ ତ୍ରୀପାଠୀ, ପୀତାମ୍ବର ଖମାରୀ, ମଲିଆ ଗଡୁଆ, ଆରତୀ ଗୁରୁ, ନିରୁପମା ସାହୁ, ସୌଦାମିନୀ ମିଶ୍ର, ବାସନ୍ତୀ ଜେନା, ସରିତା ଯୋଶୀ, ନିହାରୀକା ମିଶ୍ର, ବେଲାରସିଂ ଭୋଇ, ପ୍ରଦୀପ ସାହୁ, ଅମ୍‌ରାବ୍‌ ତ୍ରୀପାଠୀ, ରଘୁନନ୍ଦନ ସିଂ, ଲକ୍ଷ୍ମୀନାରାୟଣ ପଟ୍ଟନାୟକ, କପିଳେଶ୍ୱର ଖମାରୀ, ତ୍ରିପୁରାରୀ ପାଣିଗ୍ରାହୀ, ପ୍ରଭାକର ମିଶ୍ର, ଗୋପଭୂଷଣ ନାଗ, ଗୋପାଳ ଚନ୍ଦ୍ର ମେହେର, ଟିକ୍‌ଲ ପୁଟେଲ, ପ୍ରବୀଣ କୁମାର ପଣ୍ଡା, ବିନୋଦ କୁମାର କାଲସାଏ, ଡୋଲାମଣି ପ୍ରଧାନ, ରଞ୍ଜିତା ପାଣିଗ୍ରାହୀ, ରଶ୍ମିରେଖା ଦାନୀ, ବିକ୍ରମାନନ୍ଦ ବହିଦାର, ଅନୁରାଗୀ ନାହାକ, କାନନ କୁମାର ବେହେରା, ଶ୍ରୀମୟ ପଣ୍ଡା, ସୌମ୍ୟ ରଞ୍ଜନ ପଣ୍ଡା, ଅଙ୍କୁଶ କୁମାର ପାଣ୍ଡିଆ, ସୌମ୍ୟ ରଞ୍ଜନ ବେହେରା, ଗୋବିନ୍ଦ ଚନ୍ଦ୍ର ଶତପଥୀ, ସୁନୀଲ କୁମାର ସେଠ୍‌, ବିରଞ୍ଚି ହୋତା, ନରେନ୍ଦ୍ର କବାଟ, ଅଙ୍କିତ ସାହୁ, ସୁରୁଲାଲ୍‌ ମଟାରୀ, ସତ୍ୟରଞ୍ଜନ ମିଶ୍ର, ଗୋପାଳ ଚନ୍ଦ୍ର ହୋତା, ବାସୁଦେବ ରଥ, ଅରୁଣ କୁମାର ମିଶ୍ର, ବିରେନ୍ଦ୍ର ଝାଙ୍କର, ରତନ କୁମାର ମହାରଣା, ମନରଞ୍ଜନ ସାହୁ, ନୀଳମଣି ମିଶ୍ର, ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ । ସଭା ପରିଚାଳନାରେ ସହଯୋଗ କରିଥିଲେ ଅବସରପ୍ରାପ୍ତ ସୈନିକ ସଂଘର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ରଥ ।

Leave A Reply

Your email address will not be published.

seven + eleven =