pakka

ବଲାଙ୍ଗିର ଯାଦବ ସମାଜ ନୂଆଁଖାଇ ଭେଟ୍‌ଘାଟ୍‌

  • ‘ଗଉରବାଡିକୁ ପାରମ୍ପାରିକ ସଂସ୍କୃତିରେ ଜାତୀୟ ମାନ୍ୟତା ମିଲୁ’

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଯାଦବ ଭବନଠାରେ ପୌରାଞ୍ଚଳ ଯାଦବ ମହାସଭା ଆନୁକୂଲ୍ୟରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମା’ ପାଟଣେଶ୍ୱରୀ, ମା’ ସମଲେଶ୍ୱରୀ ଓ ଯଦୁପତି ଶ୍ରୀକୃଷ୍ଣଙ୍କଠାରେ ନବାନ୍ନ ଅର୍ପଣ ପରେ ଜୁହାର ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଭାରେ ଜାତିର ଗଉରବାଡି ଖେଳ ପ୍ରସଙ୍ଗ ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା । ସର୍ବଭାରତୀୟ ସ୍ତରରେ ଗଉର ଏକ ପ୍ରମୁଖ ସମାଜ ହୋଇଥିବା ବେଳେ ଜନସଂଖ୍ୟା ମଧ୍ୟ ଢେର । ଏହି ସମାଜର ଗଉରବାଡି ପାରମ୍ପରିକ ସଂସ୍କୃତି ଦୀର୍ଘ ବର୍ଷ ହେଲା ବଜାୟ ରଖି ଆସିଛି । ଏହା ଜାତୀୟ ସଂସ୍କୃତିର ଏକ ପରିଚାୟକ । ତେଣୁ ଜାତୀୟ ସ୍ତରରେ ପାରମ୍ପରିକ ସଂସ୍କୃତିରେ ଏହି ଗଉରବାଡି ନୃତ୍ୟକୁ ଆଜି ଯାଏଁ ମର୍ଯ୍ୟାଦ ମିଳିନାହିଁ । ତେଣୁ ଉଭୟ କେନ୍ଦ୍ର ଓ ଓଡ଼ିଶା ସରକାର ସାଂସ୍କୃତିକ ବିଭାଗ ଠାରେ ମାନ୍ୟତା ପାଇଁ ଖୁବଶୀଘ୍ର ଦୃଢ ଦାବୀ କରାଯିବାକୁ ମତ ପ୍ରକାଶ ପାଇଥିଲା । ପୌରାଞ୍ଚଳ ସଭାପତି ପଙ୍କଜ ସେଲମା ଆୟୋଜିତ ସଭାରେ ସଭାପତିତ୍ୱ କରିଥିବା ବେଳେ ବିରେନ୍ଦ୍ର ପାଣ୍ଡେ ସଭାକୁ ପରିଚାଳନା କରିଥିଲେ । ସଭା ପ୍ରାରମ୍ଭରେ ପ୍ରଶାନ୍ତ ମହାକୁର ସ୍ୱାଗତ ଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଟିଟିଲାଗଡ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦିଲୀପ ଖର୍ସେଲ, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଯାଦବ ସମାଜ ମୁଖ୍ୟ ଉପଦେଷ୍ଟା ଛବିଳ ବଗର୍ତ୍ତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରଥିଚନ୍ଦ୍ର ଭୋଇ, ଜିଲ୍ଲା ସମ୍ପାଦକ ପ୍ରଦୀପ ସେଲମା, ବାଳକୃଷ୍ଣ ଷାଣ୍ଢ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ପୌରାଞ୍ଚଳ ଯାଦବ ସମାଜର ସମସ୍ତ ୱାର୍ଡର ତଥା ଜିଲ୍ଲା ବ୍ଲକ ଯାଦବ ଭାଇ ଭଉଣୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ପୂର୍ବତନ ଜିଲ୍ଲା ସଂପାଦକ ସ୍ୱର୍ଗତ ସଂପଦ ନାଗଙ୍କ ସହଧର୍ମିଣୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ପୂର୍ବତନ ପୌରାଞ୍ଚଳ ସଭାପତି ବାଦଲ ମହାକୁରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସହଯୋଗ କରିଥିଲେ ଦୁତିବାହାନ ଚନ୍ଦନ । ବସୁଦେବ ନାଗ, ଖରତମଲ ରାଉତ, ଦୟାସାଗର ବଗର୍ତ୍ତି, ବରୁଣ କୁମାର ହେର୍ଣ୍ଣା, କୃଷ୍ଣଚନ୍ଦ୍ର ବଗର୍ତ୍ତି, ଆକୁଳ ବଗର୍ତ୍ତି, ଗାନ୍ଧି ବିଶି, ନରେନ୍ଦ୍ର ବଗର୍ତ୍ତି, ଦିବାକର ପୋଡ, ଘାସିରାମ ଦିପ, ଈଶ୍ୱର ନାଗ, କିଶୋର ଜାଲ, ଘାସିରାମ ଦିପ, ସନ୍ଦିପ ବାଗ, ଆଶୁତୋଷ ବାଗ, କବିରାଜ ଭୋଇ ଉପସ୍ଥିତ ଥିଲେ । ଶେଷରେ ପୌରାଞ୍ଚଳ ସହସଂପାଦକ ଅଷ୍ଟମି ବଗର୍ତ୍ତି ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

1 + seven =