csstore

ଜିଲ୍ଲା ଯୁବ କୁଲୁତା ସମାଜକୁ ପ୍ରକୃତି ମିତ୍ର ପୁରସ୍କାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ସ୍ଥିତ କୃଷି ଶିକ୍ଷା ସଦନ କନ୍‌ଫରେନସ୍‌ ହଲରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଷରାମ ସିଂ ଖୁଣ୍ଟିଆ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ପ୍ରକୃତି ମିତ୍ର ପୁରସ୍କାରରେ ସମ୍ମାନିତ କରିଥିଲେ । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ ପରିବେଶ ମନ୍ତ୍ରୀଙ୍କ ଠାରୁ ଏହି ପ୍ରକୃତି ମିତ୍ର ପୁରସ୍କାର ଓ ୨୦ହଜାର ଟଙ୍କାର ଚେକ୍‌ ଗ୍ରହଣ କରିଛନ୍ତି । ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଭୁବନେଶ୍ୱର ସ୍ଥିତ କୃଷି ଶିକ୍ଷା ସଦନ ଠାରେ ଏକ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦାନ ଦେଇଥିବା ବେଳେ ଜଙ୍ଗଳ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଷରାମ ସିଂ ଖୁଣ୍ଟିଆ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମ୍ମାନିତ ଅତିଥି ରୂପେ ଯୋଗଦାନ ଦେଇଥିଲେ । ଏହି ଯୁବ କୁଲୁତା ସଂଗଠନ ଜଳ ସଂରକ୍ଷଣ, ଜଙ୍ଗଲ ବଂଚାଅ ଅଭିଯାନ, ପ୍ରକୃତି ସଂରକ୍ଷଣ, ପରିବେଶ ସୁରକ୍ଷା, ବୃକ୍ଷରୋପଣ, ପ୍ଲାଷ୍ଟିକ ମୁକ୍ତ ଅଭିଯାନ ତଥା ଅନେକ ସାମାଜିକ କାର୍ଯ୍ୟକ୍ରମ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଜଙ୍ଗଳ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଷରାମ ସିଂ ଖୁଣ୍ଟିଆ ଭୁବନେଶ୍ୱର ଠାରେ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରିଥିଲେ । ଏହି ପୁରସ୍କାରଟି ଆମ ଯୁବ ସଂଗଠନକୁ ଏଭଳି କ୍ଷେତ୍ରରେ କାମ କରିବାକୁ ଆଗାମୀ ଦିନରେ ଅଧିକ ପ୍ରେରଣା ପ୍ରଦାନ କରିବ ବୋଲି ଯୁବ ସଭାପତି ଅସୀମ ଭୋଇ ମତ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୁବ ସଂପାଦକ ଭୁବନେଶ୍ୱର ଭୋଇ, ଉପ-ସଭାପତି ଦିନେଶ ପ୍ରଧାନ, ଜିଲ୍ଲା ସଦସ୍ୟ ପ୍ରଫୁଲ୍ଲ ପ୍ରଦାନ, ବିଦ୍ୟାଧର ପଧାନ ଓ ପ୍ରକାଶ ସାହୁ ମଧ୍ୟ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.