oom

ଓଡ଼ିଶାର କବି ପାଇଲେ ଇଣ୍ଟରନେସନାଲ ଏମ୍ବାସଡ଼ର ଅଫ ପିସ ପୁରସ୍କାର

jsmm

ଭବାନୀପାଟଣା, (ପି.କେ. ସାହୁ) : ଓଡ଼ିଶାର ପ୍ରଥମ କବି ଭାବେ ମିଳିତ ଜାତିସଂଘ ସ୍ୱୀକୃତିପ୍ରାପ୍ତ ୱାର୍ଲଡ଼ ଲିଟରେଚର ଫୋରମ ଫର ପିସ ଏଣ୍ଡ ହୁମ୍ୟାନ ରାଇଟ ପ୍ରଦତ୍ତ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ‘ଇଣ୍ଟରନେସନାଲ ଏମ୍ବାସଡ଼ର ଅଫ ପିସ’ ପୁରସ୍କାର ପାଇଛନ୍ତି କବି ଭବାନୀଶଙ୍କର ନିଆଲ । ବିଶ୍ୱରେ ସାମାଜିକ, ଆର୍ଥିକ, ରାଜନୈତିକ, ନୈତିକତା, ସହିଷ୍ଣୁତା, ଶିକ୍ଷା ଏବଂ ଭାତୃତ୍ୱଭାବ ତଥା ଶାନ୍ତିର ସଂସ୍କୃତି ସ୍ଥାପନା ପାଇଁ ଚଳିତ ବର୍ଷ ଶ୍ରୀ ନିଆଲଙ୍କୁ ଏହି ପୁରସ୍କାର ଦିଆଯାଇଛି ବୋଲି ଡବ୍ଲୁ. ଏଲ.ଏଫ.ପି.ଏଚର ସଭାପତି ଓ ପ୍ରତିଷ୍ଠାତା ଏଚ.ଇ ଡୁକେ ଓ ସନ୍ତୋଷ କୁମାର ବିଶ୍ୱ ମତ ପ୍ରକାଶ କରିଛନ୍ତି । ସାହିତ୍ୟ ପତ୍ରିକା ‘ମହୁରି’ର ମୁଖ୍ୟ ସମ୍ପାଦକ ତଥା କ୍ରମାଗତ ଭାବେ ହିନ୍ଦୀ ଓ ଓଡ଼ିଆ କବିତାରେ ନିଜର ଏକ ସୁଦୃଢ଼ ସ୍ଥିତି ଜାହିର କରିଥିବା ଶ୍ରୀ ନିଆଲଙ୍କ କବିତା ନିକଟ ଅତୀତରେ ଇଟାଲୀ ଭାଷାରେ ଅନୂଦିତ ସମଗ୍ର ୟୁରୋପରେ ଏକ ଆଲୋଡନ ସୃଷ୍ଟି କରିଥିଲା । ତାଙ୍କର ଏହି ସଫଳତାରେ ଦେଶ ତଥା ବିଦେଶରୁ ପ୍ରଶଂସାର ସୁଅ ଛୁଟୁଛି । ୟୁରୋପୀୟ କବି ଇମାନୁଏଲା ରିଜୋ, ଏଲିସିଓ ଜାନିଚେଲି, ଲୁକା ଏରାନିଓ, କୋରିନା ଜୁଘିଆଟୋ, ଗରିଲିଣ୍ଡେ ଷ୍ଟାଫିର, ମିଚେଲ ମିସିଆ, ମହମ୍ମଦ ସାନଜା ଅଭିନନ୍ଦନ ଜଣାଇଥିବା ବେଳେ ଭାରତରୁ ଖ୍ୟାତନାମା କବି କେ. ସଚ୍ଚିଦାନନ୍ଦନ, ଲେଖିକା ଉର୍ମିଳା ଜୈନ, ସାଂସଦ ସମ୍ବିତ ପାତ୍ର, ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପୂର୍ବ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, ସାଂସଦ ସୁଜିତ କୁମାର, ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ଓପିଏସ ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି, ଏଡିଏମ କଳାହାଣ୍ଡି ଶରତଚନ୍ଦ୍ର ଶ୍ରୀଚନ୍ଦନ, ଆଇଏଏସ ଟି. ଏସ ଦିବାକର, ନବରଙ୍ଗପୁର ଜିଲ୍ଲାପାଳ ଅଜିତ ମିଶ୍ର, ଅଧ୍ୟାପକ ଗୋପବନ୍ଧୁ ବେହେରା, ଡ଼. ବାବା ମିଶ୍ର, ଡ଼. କେ.କେ ଦଣ୍ଡସେନା, ମହୁରି, ସାହିତ୍ୟକଥା, ବନ୍ଦେ କଳାହାଣ୍ଡି, ସମୟର ଆକାଂକ୍ଷାର ସମ୍ପାଦନା ମଣ୍ଡଳୀ ତଥା ଓଡ଼ିଶାର ଲେଖକମାନେ ଶ୍ରୀ ନିଆଲଙ୍କୁ ବଧେଇ ଜଣେଇଛନ୍ତି ।

jittmm
Leave A Reply

Your email address will not be published.