jayashree

ଶ୍ରୀ ଅନନ୍ତ ଗୋପାଳ ଗୁରୁ ଦାସ ପାଲା ସମିତି ପକ୍ଷରୁ ଗୁରୁ ପାଦ ପୂଜନ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀ ଅନନ୍ତ ଗୋପାଳ ଗୁରୁ ଦାସ ପାଲା ସମିତିର ବାର୍ଷିକ ଉତ୍ସବ ଓ ଗୁରୁ ପୂର୍ଣ୍ଣିମା ଅବସରରେ ପାଲା ଗୁରୁ ଜୟନ୍ତୀ ବା ଗୁରୁମାନଙ୍କ ପାଦ ପୂଜନ ଉତ୍ସବ ବୈଦିକ ରୀତିନୀତିରେ ଶ୍ରୀ ଶ୍ରୀ ବାବା ବଣୀ ବକ୍ରେଶ୍ୱର ମନ୍ଦିର ପରିସର ପୁଣ୍ୟ ମଣ୍ଡପରେ ଅନୁଷ୍ଠାନର କର୍ମକର୍ତ୍ତା ସଦସ୍ୟ ସଦସ୍ୟା ଓ ଶିଷ୍ୟ ଶିଷ୍ୟାମାନଙ୍କ ଦ୍ୱାରା ପାଳନ କରାଯାଇଛି । ଗୁରୁ ଭାବେ ଗିରି ଧାରୀ ମହାପାତ୍ର, କାଶୀ ନାଥ ଜେନା, ଅଭିମନ୍ୟୁ ସ୍ୱାଇଁ, ବଇଁଶୀ ଧର ଦାସ, ପ୍ରମୋଦ କୁମାର ଜେନାଙ୍କୁ ପୁରୋହିତ ମାନଙ୍କ ବେଦମନ୍ତ୍ର ପଠନ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା । ଅଖଣ୍ଡ ପୁରୀ ଜିଲ୍ଲା ପାଲା ଗାୟକ ପରିଷଦର ସଭାପତି ଗାୟକ ବ୍ୟାସ ଲକ୍ଷ୍ମୀଧର ଦାସଙ୍କ ସଭାପତିତ୍ୱରେ ଏକ ସଂସ୍କୃତି ସଭା ହୋଇଥିଲା । ସେହି ସଭାରେ ଗାୟକ ସୁଦର୍ଶନ ମହାପାତ୍ର, ମଙ୍ଗରାଜ ବିଶ୍ୱାଳ, ନରେନ୍ଦ୍ର ପାଟସାହାଣି, ଶିକ୍ଷକ ଓ ପାଲାକାରଙ୍କୁ ଆପଣେଇ ଥିବା ବ୍ୟକ୍ତିତ୍ୱ ରଘୁନାଥ ଜେନା, ପ୍ରବକ୍ତା ଦିଲ୍ଲୀପ ଶ୍ରୀ ଚନ୍ଦନ, ମହାନ ଜୋତିଷ ଶାସ୍ତ୍ର ବିଶାରଦ ପଣ୍ଡିତ ଦେବୀ ପ୍ରସାଦ ମହାପାତ୍ର, ଶିକ୍ଷକ ଓ ପାଲାକୁ ପ୍ରାଣ ପରି ଭଲ ପାଉଥିବା ରମେଶ ଚନ୍ଦ୍ର ସ୍ୱାଇଁ ଓ ସମସ୍ତ ଗୁରୁମାନେ ସମାଜକୁ ସୁନ୍ଦର ବର୍ତ୍ତମାନ ବକ୍ତବ୍ୟ ମାଧ୍ୟ୍ୟମରେ ପ୍ରଦାନ କରିଥିଲେ । ଦିବଂ ଗତ କଳାକାରଙ୍କ ସ୍ମୃତିରେ ନୀରବ ପ୍ରାର୍ଥନା କରାହୋଇଥିଲା । ଗାୟିକା ରୁମା ରଶ୍ମି ପଣ୍ଡା ଓ ସାଥୀ ମାନଙ୍କ ଦ୍ୱାରା ପାଲା ପରିବେଷଣ ଜାନାଦୃତ ହୋଇଥିଲା । ସମସ୍ତ ମିଡ଼ିଆ ବନ୍ଧୁ ମାନଙ୍କ ପୂର୍ଣ୍ଣ ସହଯୋଗ ଆନନ୍ଦ ଦେଇଥିଲା । ଶ୍ରୀ ଶ୍ରୀ ବଣୀ ବକ୍ରେଶ୍ୱର ସେବକ ସମାଜର ବିଜ୍ଞ ବ୍ୟକ୍ତି ବିଶେଷ ମାନଙ୍କ ପୂର୍ଣ୍ଣ ସାହାଯ୍ୟ ମିଳିଥିଲା । ଅନୁଷ୍ଠାନର ସମସ୍ତ କର୍ମୀମାନଙ୍କ ଆପ୍ରାଣ ଉଦ୍ୟମ ଯୋଗୁଁ ଉତ୍ସବଟି ସରସ ସୁନ୍ଦର ହୋଇଥିଲା । ପାଖ ପଡୋଶୀ ଓ ପୁରୀ ଖୋର୍ଦ୍ଧା ନୟାଗଡ, କଟକ ଆଦି ଅଂଚଳରୁ ବହୁତ କଳାକାର ଏକତ୍ରିତ ହୋଇଥିଲେ । ସମିତିର ସଭାପତି ବିଚିତ୍ରା ନନ୍ଦ ତ୍ରିପାଠୀ ଓ ସମ୍ପାଦକ ପ୍ରମୋଦ କୁମାର ଜେନା, ସଦସ୍ୟ ବସନ୍ତ ମହାରଣା କାର୍ଯ୍ୟକ୍ରମ ସୂଚାରୁ ରୂପେ ତୁଲାଇଥିଲେ ।

Leave A Reply

Your email address will not be published.