ଡାଃ ହେମସାଗର ସାହାଙ୍କ ଝିଅ ଆନିନ୍ଦିତା ସାହା ହେଲେ ଆସିଷ୍ଟାଣ୍ଟ ପ୍ରୋଫେସର

csstore

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲାର ପ୍ରଥମ ଓ ସର୍ବପୁରାତନ ରେଳଷ୍ଟେସନ ଯାହା ୧୯୩୧ ମସିହାରେ ସ୍ଥାପନ ହୋଇଥିବା ପ୍ରାୟ ୯୫ ବର୍ଷ ପରେ ପାଇଛି ନୂଆ ପରିଚୟ । ରେଳ ବିଭାଗ ୨୨ କୋଟି ଟଙ୍କା ଖର୍ଚ୍ଚ କରି ସୁଦୃଢ କରିଛି ଭିତ୍ତିଭୂମି । ଏଠାରେ ପ୍ରକାଶ ଥାଉ କି ଭାରତ ସରକାରଙ୍କ ଅମୃତ ଭାରତ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ସାରା ଦେଶର ୫୦୮ଟି ରେଳଷ୍ଟେସନ ମଧ୍ୟରୁ କେସିଙ୍ଗା ରେଳଷ୍ଟେସନକୁ ସାମିଲ କରି ଭିତ୍ତିଭୂମି ସୁଦୃଢ କରାଯାଇଛି । ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୫୭ଟି ରେଳଷ୍ଟେସନ ଯଥା ବଲାଙ୍ଗିର, ତାଳଚେର, ବରପାଲି, ବାରିପଦା, ପାରଳାଖେମୁଣ୍ଡି, ବିମଳାଗଡ଼ ଓ କେସିଙ୍ଗା ରେଳଷ୍ଟେସନର ବିକାଶ ପାଇଁ ରେଳ ବିଭାଗ ଖର୍ଚ୍ଚ କରିଛି ୩୦୯ କୋଟି ଟଙ୍କା । ଏହି ତଥ୍ୟରେ କେସିଙ୍ଗା ରେଳଷ୍ଟସନରେ ନୂଆ ପ୍ଲାଟଫର୍ମର ସେଡ୍ ନିର୍ମାଣ, ନୂଆ ଷ୍ଟେସନ ଭବନ ନିର୍ମାଣ, ଫ୍ଲାଏଓଭର ପ୍ରବେଶ ପଥ, ଷ୍ଟେସନରେ ଲିଫ୍ଟ ସୁବିଧା, ୧୨ ମିଟର ଚଉଡ଼ିଆ ଓଭର ବ୍ରିଜ୍, ଅତ୍ୟାଧୁନିକ ଯାତ୍ରୀ ଅପେକ୍ଷା ଗୃହ, ଡିଜିଟାଲ ସୂଚନା ଫଳକ ସାଙ୍ଗକୁ ଅତ୍ୟାଧୁନିକ ଶୌଚାଳୟ ଓ ଆକର୍ଷଣୀୟ ଆଲୋକୀକରଣରେ ତାହା ସଜ୍ଜିତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଳିଆର ରେଳଷ୍ଟେସନରୁ ଆଭାସି ମାଧ୍ୟମରେ ସମଗ୍ର ୫୪ ଅମୃତଭାରତ ରେଳଷ୍ଟେସନକୁ ଦେଶକୁ ସମର୍ପଣ କରିଥିଲେ । ଉଦ୍‌ଘାଟନୀ ଉତ୍ସବ ପାଇଁ କେସିଙ୍ଗା ରେଳଷ୍ଟେସନ ପରିସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଏଥିରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ଼ ବିଧାୟକ ସୁଧୀର କୁମାର ପଟ୍ଟଯୋଶୀ, ପଦ୍ମଭୂଷଣ ପଟ୍ଟଯୋଶୀ ପାତ୍ର, କଳାହାଣ୍ଡି ଜିଲ୍ଲାପାଳ ପବିତ୍ର ପ୍ରକାଶ ପାଶ୍ଚାତ, ରେଳ ବିଭାଗ ଅଧିକାରୀଗଣ, କଳାହାଣ୍ଡି ଜିଲ୍ଲା ବିଜେପି ପାର୍ଟୀ ସଭାପତି ଯୁଗଳ କିଶୋର ପୋଢ଼, କେସିଙ୍ଗା ତହସିଲଦାର ପ୍ରଜ୍ଞାଞ୍ଜି ପ୍ରଧାନ, ବିଭିନ୍ନ ଉପଭୋକ୍ତା ସ୍ୱାର୍ଥୀଙ୍କ ସମେତ ରାଜ୍ୟ, ଜିଲ୍ଲା ଓ କେସିଙ୍ଗା ବିଜେପିର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.