jayashree

ମା’ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିକଟସ୍ଥ ବିରାଗୁଡା ଠାରେ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ଠାରୁ ତିନି ଦିନ ଧରି ମା’ ବନଦୁର୍ଗା ଦେବୀଙ୍କ ପ୍ରତିଷ୍ଠା କାର୍ଯ୍ୟ ବୈଦିକ ରୀତିରେ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଦମଦେଇ ଓ ଆପ୍ରା ନଦୀର ସଙ୍ଗମ ସ୍ଥଳରୁ କଳସରେ ପବିତ୍ର ଜଳ ନେଇ କଳସ ଯାତ୍ରା ହୋଇଥିବା ବେଳେ, ଅଙ୍କୁରା ରୋପଣ ଓ ଅଧିବାସ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ପୂଜକ ପ୍ରମୋଦ କୁମାର ମହାପାତ୍ର, ଜଗତସିଂପୁରର ଜଗନ୍ନାଥ ପଣ୍ଡା, ଯାଜପୁର ପ୍ରକାଶ ପଣ୍ତା ତିନି ପୂଜକ ପୂଜା କାର୍ଯ୍ୟରେ ନିୟୋଜିତ ରହିଥିବା ବେଳେ କର୍ତ୍ତା ଭାବରେ ସୁରେଶ ପଣ୍ତା ଓ ଧର୍ମ ପତ୍ନୀ ମଧୁ ଲିକା ପଣ୍ତା ରହିଛନ୍ତି । ମଙ୍ଗଳବାର ଠାରୁ ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ, ରତ୍ନମୁଦ ଓ ମନ୍ଦିର ପ୍ରତିଷ୍ଠା ଓ ବୁଧବାର ଦିନ ଯମୁନା ଯାତ୍ରା, ମା’ଙ୍କ ପ୍ରାଣ ପ୍ରତିଷ୍ଠା ଓ ଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.