jayashree

ୟନେକ୍ସ ସନରାଇଜ ସର୍ବ ଭାରତୀୟ ଜୁନିୟର ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା

  • ଓଡିଶା ଖେଳାଳି ତନଭି ପତ୍ରି ପହଂଚିଲେ ପ୍ରି-କ୍ୱାର୍ଟର
  • ପ୍ରଥମ ରାଉଣ୍ଡ ବିଜୟ ସତ୍ୱେ ସେକେଣ୍ଡ ରାଉଣ୍ଡରେ ହାରିଲେ ଦିବ୍ୟମ
  • ମିକ୍ସ ଡବଲ୍ସରେ ଦିବ୍ୟମ ଓ ସ୍ୱିଟିପ୍ରୀୟା ପ୍ରି-କ୍ୱାର୍ଟରରେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର କଳିଙ୍ଗ ଷ୍ଟଡିୟମର ଡାଲମିଆ ଭାରତ ଗୋପିଚାନ୍ଦ ବ୍ୟାଡ ମିଣ୍ଟନ ଉତ୍କର୍ଷ କେନ୍ଦ୍ର (ସଟଲ) ଠାରେ ଚାଲିଥିବା ୟନେକ୍ସ ସନରାଇଜ ସର୍ବ ଭାରତୀୟ ଜୁନିୟର ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାର ସମସ୍ତ ଯୋଗ୍ୟତା ପର୍ଯ୍ୟାୟ ଖେଳ ସରିଯାଇଛି । ଆଜି ଠାରୁ ଏହି ପ୍ରତିଯୋଗିତାର ମୁଖ୍ୟ ଡ୍ର ଖେଳ ଆରମ୍ଭ ହୋଇଯାଇଛି । ବାଳିକା ସିଙ୍ଗିଲ୍ସରେ ଟାଇଟଲ ଦାବେଦାର ଓଡିଶା ଖେଳାଳି ତନଭି ପତ୍ରି ମୁଖ୍ୟ ଡ୍ରର ପ୍ରଥମ ରାଉଣ୍ଡରେ ରେନୁଶ୍ରୀ ଶ୍ୟାମାଲା ରାଓ ୟଭନ୍ନାଙ୍କୁ ଅତି ସହଜରେ ୧୫-୬ ଓ ୧୫-୫ ପଏଣ୍ଟରେ ହରାଇ ପରବର୍ତ୍ତୀ ପର୍ଯ୍ୟାୟକୁ ଯାଇଛନ୍ତି । ଏହି ପର୍ଯ୍ୟାୟରେ ମଧ୍ୟ ଟପ୍‌ସିଟ ତନଭି ପତ୍ରି ଗାଥା ସୂର୍ଯ୍ୟାଂଶିଙ୍କୁ ୧୫-୯, ୧୫-୯ ଦୁଇଟି ସେଟରେ ହରାଇ ପ୍ରି-କ୍ୱାର୍ଟରରେ ନିଜକୁ ପହଂଚାଇଛନ୍ତି । ଏହି ବିଭାଗର ବାଳିକା ସିଙ୍ଗିଲ୍ସରେ ସାଇନା ମଣିମତ୍ଥୁ ପ୍ରତିପକ୍ଷ ଖେଳାଳି ଅଭନି ବିକ୍ରମ ଗୋବିନ୍ଦଙ୍କୁ ୧୫-୧୦, ୧୫-୯ରେ ହରାଇ ପ୍ରି-କ୍ୱାର୍ଟରରେ ପହଂଚିଛନ୍ତି । ବାଳକ ସିଙ୍ଗଲ୍ସରେ ଓଡିଶା ଖେଳାଳି ଦିବ୍ୟମ କେଜ୍ରିୱାଲ ପ୍ରତିପକ୍ଷ ଖେଳାଳି ଜତିନଙ୍କୁ ୧୫-୧୪, ୧୫-୫ରେ ହରାଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ କିନ୍ତୁ ସୌର୍ଯ୍ୟ ମିଶ୍ରଙ୍କ ଠାରୁ ସଂଘର୍ଷପୂର୍ଣ୍ଣ ୧୫-୧୭, ୧୫-୧୨ ଓ ୧୧-୧୫ର ତିନୋଟି ସଂଘର୍ଷପୂର୍ଣ୍ଣରେ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି । ଏହି ବର୍ଗରେ ତୃତୀୟ ସିଡ୍ ନିଶ୍ଚଲ ଚାନ୍ଦ ରୁତୱା ସାଜୱାନଙ୍କୁ ୧୫-୧୧, ୮-୧୫ ଓ ୧୫-୧୧ରେ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଯାଇଛନ୍ତି । ବାଳକ ସିଙ୍ଗଲ୍ସରେ ଟପ ସିଟ୍ ବର୍ଣ୍ଣି ଆକାଶ ଚନମୟୀ ପ୍ରତିପକ୍ଷ ଖେଳାଳି କହ୍ନେୟା ଶର୍ମାଙ୍କ ଠାରୁ ୧୨-୧୫, ୧୦-୧୫ରେ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି । ମିକ୍ସ ଡବଲ୍ସରେ ଦିବ୍ୟମ କେଜ୍ରିୱାଲ ଓ ସ୍ୱିଟିପ୍ରୀୟା ପ୍ରଧାନଙ୍କ ଯୋଡି ଅଭିକ୍ ଶର୍ମା ଓ ଆରଧ୍ୟା ରେଡ୍ଡିଙ୍କୁ ସଂଘର୍ଷପୂର୍ଣ୍ଣ ୧୫-୧୩, ୧୧-୧୫, ୧୮-୧୬ ତିନୋଟି ଗେମ୍‌ରେ ଜିତି ପ୍ରି-କ୍ୱାର୍ଟରରେ ପହଂଚିଛନ୍ତି । ୩୦ ତାରିଖରୁ କିଛି ବିଭାଗର ପ୍ରି-କ୍ୱାର୍ଟର ଏବଂ କ୍ୱାର୍ଟର ଫାଇନାଲ ଖେଳ ଅନୁଷ୍ଠିତ ହେବ ବୋଲି ଓସବା ସଂପାଦକ ନିଳିନ କୁମାର ଜଣାଇଛନ୍ତି । ଏହି ପ୍ରତିଯୋଗିତାରେ ଚିପ୍ ରେଫରୀ ତ୍ରିଲୋକ ଶୁକ୍ଲା, ଡେପୁଟି ରେଫରୀ ଭାବରେ ମାଧବ ନାରାୟଣ ଓ ପ୍ରଣବ ବିଷ୍ଣୋଇ, ମ୍ୟାଚ କଂଟ୍ରୋଲ ଭାବେ ସନ୍ଦିପ ହେବଲେ ଦାୟିତ୍ୱ ତୁଳାଉଥିବା ବେଳେ ଓଡିଆ ରେଫରୀ ବିଜୟ କୁମାର ବାଗ ବୈଷୟିକ ସହାୟକ ଭାବେ କାମ କରୁଛନ୍ତି ।

Leave A Reply

Your email address will not be published.