
ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ସୁନ୍ଦରଗଡ ଜିଲ୍ଲା ଦ୍ଵାରା ରାଜ୍ୟ ସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ସୁନ୍ଦରଗଡ ଜିଲ୍ଲାରେ ସମୁଦାୟ ୮ଟି ସେଣ୍ଟରରେ ୧୫୦୦ରୁ ଅଧିକ ପିଲାମାନେ ଅଂଶ ଗ୍ରହଣ କରିଥିଲେ । ରାଉରକେଲାରେ ୩ଟି ଯଥା :୧) ଚିନ୍ମୟ ବିଦ୍ୟାଳୟ ,ଛେଣ୍ଡ ( ୨) ସରକାରୀ କଲେଜ, ରାଉରକେଲାର, ସେକ୍ଟର -୩ ଏବଂ (୩) ମାଲଗୋଦାମ ସରସ୍ଵତୀ ଶିଶୁମନ୍ଦିର ଠାରେ ଏହା ଅନୁଷ୍ଠିତ ହୋଇଥିଲା । ତତ ସହିତ ବେଦବ୍ୟାସ ଗୁରୁକୁଳ, କଚାରୁ ହାଇସ୍କୁଲ, କଲୁଗାଁ ଶିଶୁମନ୍ଦିର, କୁଆଁର ମୁଣ୍ଡା ଶିଶୁ ମନ୍ଦିର ଏବଂ ସୁନ୍ଦରଗଡର ଭବାନୀ ଶଙ୍କର ହାଇସ୍କୁଲରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ‘କ’ ବିଭାଗ ଓ ଷଷ୍ଠରୁ ଦଶମ ଯାଏ ‘ଖ’ ବିଭାଗ ଅନୁସାରେ ଏହାର ବିଭକ୍ତିକରଣ କରାଯାଇଥିଲା । ସମସ୍ତ ଛାତ୍ରଛାତ୍ରୀଙ୍କର ମୂଲ୍ୟାୟନ ଚିନ୍ମୟ ଇଂରାଜୀ ମାଧ୍ୟମ, ଛେଣ୍ଡରେ କରାଯାଇ ପିଲାମାନଙ୍କୁ ଜାନୁଆରୀ ମାସ ୧୨ ତାରିଖରେ ବିବେକାନନ୍ଦ ଜୟନ୍ତୀରେ ପୁରସ୍କାର ଦିଆଯିବ ବୋଲି ସଭାପତି ଶ୍ରୀମତୀ ଶର୍ମିଷ୍ଠା କବିଶତପଥୀ ମତବ୍ୟକ୍ତ କରିଛନ୍ତି । ଏଥିରେ ଆଜୀବନ ସଦସ୍ୟ ଯଥା ନିରୁପମା ପତି, ଉମାକାନ୍ତ ପଣ୍ଡା, ସୌମ୍ୟପ୍ରସାଦ ନନ୍ଦ, ଗିରିଜା ଶଙ୍କର ଗୋସ୍ୱାମୀ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ଚିନ୍ମୟୀ ପୁରୋହିତ, କୁମାର ବେହେରା, ନିହାରିକା ବସ୍ତିଆ, ସରୋଜିନୀ ସାହୁ, ଚିରବ୍ରତ ଦତ୍ତ, ସୁଷମା ପଟେଲ ପ୍ରମୁଖ ବିଭିନ୍ନ ସେଣ୍ଟରରେ ରହି ସହଯୋଗ ପ୍ରଦାନ କରିଥିଲେ । ସମସ୍ତ ଅଭିଭାବକ ତଥା ସେଣ୍ଟର ସୁପରିଟେନଡେଣ୍ଟ ତଥା ଷ୍ଟାଫଙ୍କ ଅକୁଣ୍ଠିତ ସହଯୋଗ ଯୋଗୁଁ ଏପରି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା ବୋଲି ସମ୍ପାଦିକା ନିରୂପମା ପତି କହିଥିଲେ । ପଶ୍ଚିମ ପ୍ରାନ୍ତର ମୁଖ୍ୟ ଡ. ଉମାକାନ୍ତ ପଣ୍ଡା ଏଥିରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଷୟଗୁଡ଼ିକ ଥିଲା :
୧) ପ୍ରଥମରୁ ପଞ୍ଚମ, କନିଷ୍ଠ ବିଭାଗ – ଝିପିରି ଝିମିଟି ମେଘ ବରଷାରେ ଇନ୍ଦ୍ର ଧନୁ ଆକାଶରେ, ଆହା କି ସୁନ୍ଦର ଗାଁ ପରିବେଶ ଦେଖିଦେଲେ ମନ ଭରେ ।
୨) ଷଷ୍ଠ ରୁ ଦଶମ, ବରିଷ୍ଠ ବିଭାଗ – ପ୍ରକୃତି ଆମର କଳାର ଭଣ୍ଡାର ନାହିଁ ତାର ପଟ୍ଟାନ୍ତର ପ୍ରକୃତିକୁ ଆମେ ସବୁଜିମା ଦେଲେ ଜୀବନ ହେବ ସୁନ୍ଦର ।