
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ୱାର୍କିଙ୍ଗ ମିଡ଼ିଆ ଏସୋସିଏସନ ତରଫରୁ ସ୍ଥାନୀୟ ପର୍ଶୁରାମ ପେଲେସ ଠାରେ ଜାତୀୟ ପ୍ରେସ ଦିବସ ୨୦୨୫ ମହା ସମାରୋହର ସହ ପାଳିତ ହୋଇଯାଇଛି । ଏସୋସିଏସନର ବରିଷ୍ଠ ସଦସ୍ୟ ସୁଶୀଲ ନାଏକଙ୍କ ଆବାହକତ୍ୱରେ ସମସ୍ତ ପ୍ରିଣ୍ଟ ମିଡ଼ିଆ, ଇଲେକ୍ଟ୍ରୋନିକ୍ସ ମିଡ଼ିଆ ବନ୍ଧୁମାନେ ଉପସ୍ଥିତ ରହିଥିଲେ । ୱାର୍କିଙ୍ଗ ମିଡ଼ିଆ ଏସୋସିଏସନର ସଭାପତି ଦିଲୀପ ରାଉତଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଷ୍ଟେଟ ବ୍ୟାଙ୍କ ଅପ ଇଣ୍ଡିଆ ଜୟପାଟଣା ଶାଖା ମ୍ୟାନେଜର ପ୍ରଭାକର ଦାସ, ମୁଖ୍ୟ ବକ୍ତା ଅଂଚଳର ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ସମ୍ମାନୀୟ ଅତିଥି ଭାବେ ସମାଜସେବୀ ଭାସ୍କର ପ୍ରସାଦ ବେହେରା, ବରିଷ୍ଠ ସାମ୍ବାଦିକ ପ୍ରାଣରଞ୍ଜନ ବେହେରା, ଅସରଫ ଅଲ୍ଲୀ, ସମାଜସେବୀ ରୁଦ୍ର ପ୍ରସାଦ ପାଣିଗ୍ରାହୀ, ଏଡ଼ଭୋକେଟ ଗଙ୍ଗାଧର ପାତ୍ର, ଯୋଗ ଦେଇଥିଲେ । ଅଗ୍ରପୂଜ୍ୟ ଗଣେଶଙ୍କ ଫଟୋଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା କରାଯିବା ପରେ, ଦିବଂଗତ ସାମ୍ବାଦିକ ପ୍ରଭାକର ପଟ୍ଟନାୟକଙ୍କ ଆବର୍ତ୍ତମାନରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପ୍ରତ୍ୟେକ ସାମ୍ବାଦିକ ନିଷ୍ଠାପର, ନିର୍ଭିକ ଭାବେ ପ୍ରତ୍ୟେକ ଖବରକୁ ଟିକିନିଖି ତନଖି ଖବର ପ୍ରଚାର, ପ୍ରସାର କରିବା ମୁଖ୍ୟ ଦାୟିତ୍ୱ ରହିଛି । ତୃଣମୂଳ ସ୍ତରରୁ ଅନ୍ୟାୟ ବିରୁଦ୍ଧରେ କଲମ ମୁନରେ ସ୍ୱର ଉତ୍ତୋଳନ ସହ, ଜନସାଧାରଣଙ୍କ ଉନ୍ନତି, ପ୍ରଗତି କାର୍ଯ୍ୟ ମାନଙ୍କରେ ସାମ୍ବାଦିକ ଛିଡ଼ାହୋଇ ଦାବି ହାସଲ କରେଇବା ଭୂମିକା ରହିଛି ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଏହି ଶିବିରରେ ସାମ୍ବାଦିକ ଚିତ୍ରସେନ ବାଗ, ରାଜେନ୍ଦ୍ର ପ୍ରସାଦ ପଣ୍ଡା, ବ୍ୟମୋକେଶ ପଣ୍ଡା, ରଶ୍ମି ରଞ୍ଜନ ଠାକୁର, ଜୀବନ ପ୍ରସାଦ କନ୍ଦ ପାନ, ମୃଣ୍ମୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିବାବେଳେ ସାମ୍ବାଦିକ ଗୋଲାପ ସାହୁ ଅତିଥି ପରିଚୟ ଓ ମଞ୍ଚପରିଚାଳନା କରିଥିଲେ । ରାଜେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।