jayashree

ଦ୍ଵିତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର

ଜୟପାଟଣା, (ଶେଷଦେବ ବେହେରା) : ଦ୍ଵିତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭିତ୍ତି ପ୍ରସ୍ତର ସ୍ଥାପନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ୨୦୪ଟି ବିଦ୍ୟାଳୟ ଭର୍ଚ୍ଚୁଆଲ ମୋଡରେ ସମସ୍ତ ବିଦ୍ୟାଳୟ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ସୂଚନା ମିଳିଛି । ଏହି ଅବସରରେ କଳାହାଣ୍ଡି ଜିଲ୍ଳା ଜୟପାଟଣା ବ୍ଲକ ଅନ୍ତର୍ଗତ ରଣମାଲ ପ୍ରାଥମିକ ବିଦ୍ୟାଳୟ ରୂପାନ୍ତରିତ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହେବା ସହିତ ସଂପୃକ୍ତ ବିଦ୍ୟାଳୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭାବରେ ନୂତନ ପରିଚୟ ଆରମ୍ଭ କରିଛି । ଆୟୋଜିତ ଆଜିର ଭବ୍ୟ ସମାରୋହରେ ଧର୍ମଗଡ ନିର୍ବାଚନ ମଣ୍ଡଳୀର ବିଧାୟକ ସୁଧୀର ରଂଜନ ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରାଥମିକ ଶିକ୍ଷାର ଶକ୍ତ ମୂଳଦୁଆ, ଏହା ଅଞ୍ଚଳ ପାଇଁ ଉଦାହରଣ ତିଆରି କରିବ ବୋଲି ବ୍ୟକ୍ତ କରୁଥିଲେ । ଗୋଷ୍ଠି ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଳା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଥବିର ବାଗ, ତହସିଲଦାର ଦୀପ୍ତି ରେଖା ବାଗ, ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ପ୍ରଧାନ ଶିକ୍ଷକ ଧାରି ସାହୁ, ସାଂସଦ ପ୍ରତିନିଧି ଜଗନ୍ନାଥ ମାଝୀ, ଭାରତୀୟ ଜନତା ଯୁବ ମୋର୍ଚ୍ଚା ଜିଲ୍ଳା ସଭାପତି ଅବିନାଶ ନନ୍ଦ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଞ୍ଜୟ ପାଣିଗ୍ରାହୀ, ଏସ୍‌ଏମ୍‌ସି ସଭାପତି ଦିଲ୍ଲୀପ ବିଶ୍ଵାଳ, ସରପଞ୍ଚ ପ୍ରତିନିଧି ସୁଧୀର ରଂଜନ ପଣ୍ଡା, ସମିତି ସଭ୍ୟା ପ୍ରତିନିଧି ଶିବ ଶଙ୍କର ବାଗ, ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ମଞ୍ଚରେ ଦେବ ପୂଜନ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧା ପ୍ରସାରଣକୁ ସମସ୍ତ ସମବେତ ଜନ ସାଧାରଣ ସାମିଲ ହୋଇଥିଲେ । ସିଆରସିସି ଅନନ୍ତ ନାରାୟଣ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ସଞ୍ଜୟ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ସ୍ଥାନୀୟ ଯୁବ ଶକ୍ତି କାର୍ଯ୍ୟକ୍ରମର ସଫଳତା ପାଇଁ ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.