oom

ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ଧବଳେଶ୍ୱର ମନ୍ଦିରରେ ଭକ୍ତଙ୍କୁ ପ୍ରସାଦ ବଣ୍ଟନ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ବର୍ଷ ଯୋଡା ଶ୍ରାବଣ ମାସ ପଡିଛି । ଶ୍ରାବଣ ମାସ ତଥା ବର୍ଷ ତମାମ ବହୁତ ଭକ୍ତ ଟିଟିଲାଗଡରେ ଥିବା ଧବଳେଶ୍ଵର ମନ୍ଦିରକୁ ଦର୍ଶନ ପାଇଁ ଆସିଥାନ୍ତି । ଚଳିତ ବର୍ଷ ମଧ୍ୟ ଶ୍ରାବଣ ମାସ ଆରମ୍ଭ ହେବା ମାତ୍ରେ ସୋମବାର ଦିନ ଟିଟିଲାଗଡ ଧବଳେଶ୍ୱର ମନ୍ଦିରକୁ ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କ ଉପରେ ଜଳ ଚଢ଼ାଇବା ନିମନ୍ତେ ଆସୁଛନ୍ତି । ସେହି କାୱାଡ଼ିଆମାନଙ୍କୁ ସେବା କାର୍ଯ୍ୟ ପ୍ରଦାନ କରିବା ପାଇଁ ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ସକାଳୁ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଛି ।

କ୍ଲବ ସଭାପତି ସନ୍ତୋଷ ମହାନ୍ତିଙ୍କ ସଭାପତିତ୍ୱରେ କ୍ଲବର ସଂପାଦକ ଅଜିତ ପାତ୍ର, ପୂର୍ବତନ ସଭାପତି ଲିଙ୍ଗରାଜ ସାହୁ, ଲାୟନ ଉମେଶ ଅଗ୍ରୱାଲ, ମିଡ଼ିଆ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, ରିଜିଓନାଲ ଚେୟାର ପର୍ସନ ଦୀପକ ପୃଷ୍ଟି, ଲାୟନ ଆନନ୍ଦ ଜୈନ, ସୁଧୀର ମେହେର, ଶୈଳେଶ ଗୋୟଲ ଏବଂ ତାଙ୍କ ପତ୍ନୀ, ସର୍ଭିସ ଚେୟାର ପର୍ସନ ଆଶୀର୍ବାଦ ମହାପାତ୍ରଙ୍କ ସମେତ କ୍ଲବର ଅନ୍ୟାନ୍ୟ ସଦସ୍ୟ ସହଯୋଗ କରିଥିଲେ । ଆଜିର ଏହି ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମର ସମସ୍ତ ଖର୍ଚ୍ଚ ବହନ କରିଥିଲେ କ୍ଲବର ବରିଷ୍ଠ ସଦସ୍ୟ ଦୀପକ ସାହୁ ।

jittmm
Leave A Reply

Your email address will not be published.