pakka

ପ୍ରକୃତି ପ୍ରେମୀ ଗୋବର୍ଦ୍ଧନ ଅଗ୍ରୱାଲ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକର ଜଣାଶୁଣା ବ୍ୟକ୍ତିତ୍ୱ ସମାଜସେବୀ ଗୋବର୍ଦ୍ଧନ ଅଗ୍ରୱାଲ । ଯିଏ କି ଗୋବର୍ଦ୍ଧନ ଭାଇ ନାମରେ ପରିଚିତ ଏବଂ ପାଇକମାଲ ଲାୟନ୍ସ କ୍ଲବର ସଭାପତି । ବର୍ଷ ସାରା ଦୁଃଖୀ, ଗରିବଙ୍କ ସେବା କରିବା ସଙ୍ଗେ ସଙ୍ଗେ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରି ଚାଲିଛନ୍ତି । ପ୍ରତେକ ବର୍ଷ ବ୍ୟକ୍ତିଗତ ଚେଷ୍ଟାରେ ପାଇକମାଲ ଅଞ୍ଚଳରେ ଜନ ସଚେତନତା କରିବା ପାଇଁ ବୃକ୍ଷ ରୋପଣ କରିଥାନ୍ତି । ରାସ୍ତା କଡ଼ରେ ପ୍ରତ୍ୟେକ ବର୍ଷ ବୃକ୍ଷ ରୋପଣ କରିବା ସଙ୍ଗେ ସଙ୍ଗେ ଦଶ ଏକର ପରିମିତ ଜମି ଉପରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରି ଅଂଚଳରେ ଉଦାହରଣ ସାଜିଛନ୍ତି । ପରିବେଶକୁ ସ୍ୱଚ୍ଛ, ସୁନ୍ଦର ରଖି ପରିବେଶ ସୁରକ୍ଷା କରିବା ପାଇଁ ବିଭିନ୍ନ ସମୟରେ ସ୍ୱଚ୍ଛତା କାର୍ଯ୍ୟକ୍ରମମାନ ହାତକୁ ନେଇ ସଚେତନତାର ବାର୍ତ୍ତା ଘରେ ଘରେ ପହଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ପରିବେଶ ସୁରକ୍ଷା ଆମ ଜୀବନର ବ୍ରତ ହେବା ଉଚିତ ବୋଲି ଅଗ୍ରୱାଲ ସମାଜକୁ ବାର୍ତ୍ତା ଦେଇ ଆସୁଛନ୍ତି ।

jay balangir
Leave A Reply

Your email address will not be published.

three × four =

error: Content is protected !!