ପ୍ରଗତି କଳାକେନ୍ଦ୍ରର ୭ମ ବାର୍ଷିକ ଉତ୍ସବରେ ଆନ୍ତର୍ଜାତୀୟ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀଙ୍କ ଯୋଗଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଅନୁଷ୍ଠାନ ପ୍ରଗତି କଳାକେନ୍ଦ୍ରର ୭ମ ବାର୍ଷିକ ଉତ୍ସବରେ ଆନ୍ତର୍ଜାତୀୟ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଯୋଗଦେଇ ମଞ୍ଚକୁ ପୁଲକିତ କରିଥିଲେ ।
ଅବସରପ୍ରାପ୍ତ ସଂସ୍କୃତି ସଚିବ ଡ଼.ପ୍ରତାପ କୁମାର ସହାଣୀ, ରାଜ୍ୟ ସଙ୍ଗୀତ ମହାବିଦ୍ୟାଳୟର ସ୍ୱତନ୍ତ୍ର ଅଧିକାରୀ ଅମୀୟ କୁମାର ଧଳ, ଭୁବନେଶ୍ୱର ପରିଚୟ ଫାଉଣ୍ଡେସନ୍‌ର ଅଧ୍ୟକ୍ଷା ରୋଜାଲିନ ପାଟ୍ଟଶାଣୀ ତଥା ଓଡ଼ିଶାର ବହୁ ପ୍ରଖ୍ୟାତ କଳାକାର ଓ ଶିଳ୍ପୀ ଯୋଗଦାନ କଳାକାରଙ୍କୁ ଉତ୍ସାହିତ କରିଥିଲେ । ଭବ୍ୟ-ମଞ୍ଚରେ ଅତିଥୀ ଏବଂ ପ୍ରବୀଣ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ମଞ୍ଚରେ ଗଞ୍ଜାମର ଲୋକକଳା ରଣପା, ଶକ୍ତି ପ୍ରଦାୟିନୀ ମା’ କାଳୀ ନାଚ, କୁମ୍ଭ ନାଚ, ଚଢେୟାନାଚ, ମର୍ଡେନ୍‌ ଡ୍ୟାନ୍ସ୍‌, ମମି ଡ୍ୟାନ୍ସ୍‌ ଗ୍ରୁପ୍‌, ଓଡିଶୀ ଓ ସମ୍ବଲପୁରୀ ନୃତ୍ୟରେ ଦର୍ଶକ ଝୁମିଥିଲେ । ଏହି ମଞ୍ଚରେ ସବୁ ବର୍ଗର ନୃତ୍ୟ ଶିଳ୍ପୀ ଦଳ ପରିବେଷଣରେ ସୁଯୋଗ ମିଳିଥିବା ହେତୁ ସମସ୍ତଙ୍କ ମନରେ ଖୁସିର ମାହୋଲ୍‌ ହୋଇଥିଲା । କାର୍ଯ୍ୟକ୍ରମର ଉଦ୍ୟକ୍ତା ସୁଧାଂଶୁ ଶତପଥୀ, ଏମ୍‌ ରାଧା କୁମାରୀ ସକ୍ରଶୟ ପରିଚାଳନା କରିଥିଲେ ।

Leave A Reply

Your email address will not be published.