jsm

ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲ ତରଫରୁ ବିରାଟ ଶୋଭାଯାତ୍ରା ସହ ୧୦୦୮ ଦୀପ ଜଳାଇ ପାଳନ କଲେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଦିବସ

csstore

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ଦେଶ ଉତ୍ସବ ମୁଖର ହୋଇ ପଡିଥିବା ବେଳେ ଟିଟିଲାଗଡ଼ର ପ୍ରତିଷ୍ଠିତ ଶ୍ରୀ ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲର ଅଧକ୍ଷା ଡ. ସୁନନ୍ଦା ଜତିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପ୍ରଭାବତୀ ପବ୍ଲିକ ସ୍କୁଲର ଜୁନିଅର ୱିଙ୍ଗଠାରୁ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ, ଭାଇ ଲକ୍ଷ୍ମଣ, ମାତା ସୀତା, ଭକ୍ତ ହନୁମାନଙ୍କ ବେଶରେ ସଜ୍ଜିତ କରି ଏକ ରଥ ଯୋଗେ ବାନର ସେନା, କୀର୍ତ୍ତନ ମଣ୍ଡଳୀ ଦ୍ୱାରା ସହର ପରିକ୍ରମା କରି ବାଳକ ଉଚ୍ଚ ବିଦ୍ୟାଳୟ ଖେଳପଡିଆଠାରେ ପହଞ୍ଚିବା ପରେ ସେଠାରେ ୧୦୦୮ ଦୀପ ପ୍ରଜ୍ୱଳନ କରି ପ୍ରଭୁ ଶ୍ରୀରାମ ଲେଖା ହୋଇଥିଲା । ଏହି ଉତ୍ସବ ପାଳନ ଅବସରରେ ସ୍କୁଲର ମେନେଜମେଣ୍ଟ କମିଟିର ଶ୍ୟାମାଲତା ଅଗ୍ରୱାଲ, ସ୍କୁଲ ଉପାଧକ୍ଷା ଧରିତ୍ରୀ ମହାନ୍ତି, ଶିକ୍ଷକ ପିତାମ୍ବର ଶର୍ମା, ବନମାଳୀ ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ସ୍କୁଲର ପ୍ରମୋଦ କୁମାର ପାଲ, ଆଇନଜୀବୀ ମନୋଜ କୁମାର ହାତୀ, ଟିଟିଲାଗଡ଼ ରୋଟାରୀ କ୍ଲବର ମଧ୍ୟ ସହଭାଗିତା ରହିଥିଲା । ରୋଟାରୀ କ୍ଲବର ଆନନ୍ଦ ଜୈନ ଓ ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.