jsm

ରାମ ମନ୍ଦିର ପ୍ରତିଷ୍ଠା ଦିବସରେ ସବୁଠି ରାମମୟ

csstore

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ସମଗ୍ର ଦେଶରେ ଏହାକୁ ପାଳନ କରାଯାଉଥିବା ବେଳେ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡ଼ିଆ ଗ୍ରାମରେ ଶ୍ରୀ ଶ୍ରୀ ମହାବୀର ରାମନାଟ୍ୟର ନୂତନ ଗୃହ ପ୍ରତିଷ୍ଠା ସହ ସନ୍ଧ୍ୟାରେ ରାମନାଟ୍ୟ ସୀତା ବିବାହ ପରିବେଷଣ ହୋଇଯାଇଛି । ସବୁଠି ହୋମ, ଯଜ୍ଞ, ପ୍ରସାଦ ବଣ୍ଟନ ହୋଇଛି । ସେହିପରି ମହାବୀର ମନ୍ଦିର ଓ ବାରବାଟୀ ଯଜ୍ଞ ପୀଠସ୍ଥଳୀରେ ନଦିଆ ସଂକୀର୍ତ୍ତନ ସହ ରଘୁନାଥଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ସେହିପରି ରଘୁନାଥ ରାମନାଟ୍ୟ କଳା ପରିଷଦ ପକ୍ଷରୁ ଏକ ବିରାଟ ରାଲିରେ ଶହ ଶହ ରାମଭକ୍ତ ସମେତ ଜନସାଧାରଣ ଏଥିରେ ସାମିଲ ହୋଇଥିଲେ । ସ୍ଥାନୀୟ ରଘୁନାଥ ମନ୍ଦିରଠାରୁ ଏହି ରାଲି ବାହାରି ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା । ସମଗ୍ର ଅଞ୍ଚଳରେ ରାମଙ୍କ ନାମ ପ୍ରକମ୍ପିତ ହେବା ସହ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ବେଶରେ କଳାକାରମାନେ ଏକ ରଥରେ ବସି ବିଭିନ୍ନ ଗାଁ ପରିକ୍ରମା କରିଥିଲେ । ଏହି ଦୃଶ୍ୟ ଦେଖିବାକୁ ଲୋକମାନଙ୍କର ଭିଡ ଜମିଥିଲା । କଲ୍ୟାଣପୁର ବଜାରଠାରେ ଶ୍ରୀରାମ ମନ୍ଦିରର ରତ୍ନଗର୍ଭ ମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଡେଲାଙ୍ଗ ରାମଚନ୍ଦ୍ରପୁର ସ୍ଥିତ ହନୁମାନ ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା । ଶ୍ରଦ୍ଧାଳୁମାନେ ଭଜନ କୀର୍ତ୍ତନ କରି ରାମ ନାମ ଧରି ବୁଲିଥିଲେ । ବିଭିନ୍ନ ମଠ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଭକ୍ତଙ୍କ ପାଇଁ ପ୍ରସାଦ ସେବନ ଓ ସଂଧ୍ୟାରେ ରାମନାଟ୍ୟ, ଭଜନ ସମାରୋହର ଆୟୋଜନ କରାଯାଇଥିଲା ।

yuvodaya
Leave A Reply

Your email address will not be published.