ମୁକ୍ତିଲାଭ କଲା ଭିନ୍ନ ସ୍ୱାଦର କ୍ଷୁଦ୍ର ଚଳଚିତ୍ର ‘ପିଞ୍ଜ୍‌ରା’

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନାରୀ ସ୍ନେହ, ମମତା ଓ କରୁଣାର ପ୍ରତୀକ । ସେ ସର୍ବଂସହା, ସତ୍ୟ, ଶାନ୍ତି ଓ ଦୟାର ବାର୍ତାବହ । ଅଶିକ୍ଷା, କୁସଂସ୍କାର, ଅନ୍ଧବିଶ୍ୱାସରେ ବିବର୍ଜିତ ହୋଇ ଆଜି ନାରୀ ନିର୍ଯ୍ୟାତିତ । ଆଜିର ସମାଜରେ ଜଣେ ନାରୀ ସବୁବେଳେ ଅବହେଲିତ ଅବସ୍ଥାରେ ରହି ଆସୁଅଛି । ଜଣେ ନାରୀର ଇଚ୍ଛା ବିରୁଦ୍ଧରେ ବାଲ୍ୟ ବିବାହ, ଘରର ଚାରିକାନ୍ଥ ଭିତରେ ତାର ଭବିଷ୍ୟତ ବନ୍ଧା । ଆଜିର ସମାଜିକ ବ୍ୟବସ୍ଥା ଭିତରେ ସେ ଅଣନିଶ୍ୱାସୀ ହୋଇ ପଥ ଖୋଜି ପାଉନି । ଠିକ୍‌ ଏମିତି ଏକ କାହାଣୀକୁ ନେଇ ମନ୍‌ ମହକନ୍‌ ଫିଲ୍ମ ପ୍ରଯୋଜନାରେ ରିଲିଜ୍‌ ହୋଇଛି କୋଶଲୀ / ସମ୍ବଲପୁରୀ କ୍ଷୁଦ୍ର ଚଳଚିତ୍ର ‘ପିଞ୍ଜ୍‌ରା’ ।


ଏ ନେଇ ସ୍ଥାନୀୟ ଅମଲା ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଏହା ସହ ଏହି ଫିଲ୍ମର ପ୍ରିମିୟର ସୋ’ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶ୍ରୀକର ମିଶ୍ର ଯୋଗ ଦେଇ ଆନୁଷ୍ଠାନିକ ଭାବେ ଫିଲ୍ମର ଉଦଘାଟନ କରିଥିଲେ । ସିନେମାଟୋଗ୍ରାଫି ଓ ନିର୍ଦ୍ଦେଶନା ଭାର ମୃତ୍ୟୁଞ୍ଜୟ ରାଉତ ତୁଲାଇଥିବା ବେଳେ କାହାଣୀ, ସ୍କ୍ରିନପ୍ଲେ ଓ ସମ୍ପାଦନା ଦାୟିତ୍ୱ ଆଶୁତୋଷ ମିଶ୍ର ନିର୍ବାହ କରିଛନ୍ତି । ଏହି ଫିଲ୍ମର ସଙ୍ଗୀତକୁ ଶରତ ଓ ମନୋଜ ସଜେଇଥିବା ବେଳେ କଣ୍ଠଦାନ କରିଛନ୍ତି ଶରତ ଦୀପ ଓ ଲିପିକା ବିଭାର । ଗୀତିକାର ଦେବେନ୍ଦ୍ର ବାରିକ ଗୀତଗୁଡିକ ଲେଖିଛନ୍ତି । ଫିଲ୍ମରେ ସଂଳାପ ଥବିର କର୍ମୀ ଦେଇଥିବା ବେଳେ ସବ୍‌ଟାଇଟିଲ କାମ ଲକ୍ଷ୍ମଣ ମିଶ୍ର ସଂଯୋଜନା କରିଛନ୍ତି । ଯୁବ ଡିଓପି ନିର୍ଦ୍ଦେଶକ ସୌମ୍ୟରଂଜନ ବାଗ ଏଥିରେ କ୍ୟାମେରା ଏସୋସିଏଟ୍‌ ଭାବେ କାମ କରିଥିବା ବେଳେ ପ୍ରଚ୍ଛଦପଟ ସଙ୍ଗୀତ ସଜେଇଛନ୍ତି ସୁବାଶିଷ ମଣ୍ଡଳ । କାହାଣୀରେ ବିଭିନ୍ନ ଚରିତ୍ରମାନଙ୍କ ମଧ୍ୟରେ ଆଶୁତୋଷ ନିଶ୍ରମ ଶ୍ରଦ୍ଧା ମାହାନା, ଲଲିତ ପୂଜାରୀ, ଆନନ୍ଦ ଦାଶ, ପିକୁ ପାଣିଗ୍ରାହୀ, ରଜତ କୁମାର, ସଂଜୀବ କୁମାର, ଜସ୍ମିତ ପଣ୍ଡା, ପ୍ରଦୀପ ମିଶ୍ର, ଉମାଶଙ୍କର ନାଏକ, ବଡ ତ୍ରିପାଠୀ. ମୁନା ମେହେର ଓ ଆର୍ଯ୍ୟନ ଯୋଷୀ ଅଭିନୟ କରିଛନ୍ତି । ବଲାଙ୍ଗିର ଜିଲା ସମେତ ସମ୍ବଲପୁର ଜିଲାର ହୀରାକୁଦରେ ଏହାର ସୁଟିଂ କରାଯାଇଥିଲା ।

Leave A Reply

Your email address will not be published.