ବଣାଇରେ ଇଣ୍ଡୋନେସିଆର ବିରଳ ପ୍ରଜାତିର ପେଚାକୁ ଉଦ୍ଧାର କଲା ବନ ବିଭାଗ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇରେ ଦୃଶ୍ୟମାନ ହେଲା ବିରଳ ପ୍ରଜାତିର ପେଚା । ପେଚାଟି ଏକ ଗଛରେ ବସିଥିବା ବେଳେ ଉଦ୍ଧାର କଲା ବନ ବିଭାଗ । ପେଚାର ଡେଣାରେ କ୍ଷତ ଚିହ୍ନ ଥିବା ବେଳେ ଡାକ୍ତରୀ ଚିକିତ୍ସା ପରେ ନନ୍ଦନକାନନ ନଚେତ କୌଣସି ଜଙ୍ଗଲରେ ଛଡାଯିବା ନେଇ ବନ ବିଭାଗ ତରଫରୁ ସୂଚନା ମିଳିଛି । ସାପ୍ତାହିକ ହାଟ ନିକଟରେ ଥିବା ଏକ ଗଛ ଉପରେ ଏହି ବିରଳ ପେଚା ବସିଥିବାର ଲୋକେ ଦେଖିବାକୁ ପାଇଥିଲେ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୌତୁହଳ ଦେଖିବାକୁ ମିଳିଥିଲା । ଉଦ୍ଧାର ପେଚାଟି ହେଉଛି ସୁଲାବେସି ମାସ୍କ ଆଉଲ । ଯାହା ବର୍ତ୍ତମାନ ସାରା ବିଶ୍ୱରେ ପ୍ରାୟ ବିଲୁପ୍ତ ଅବସ୍ଥାରେ ପହଞ୍ଚିଛି । ଖାସ କରି ଇଣ୍ଡୋନେସିଆ ଦେଶର ସୁଲାବେସି, ସଙ୍ଗୀହି ଏବଂ ପେଲାଙ୍ଗ ଅଞ୍ଚଳରେ ଏହି ପ୍ରଜାତିର ପେଚା ଦେଖାଯାଏ ବୋଲି ସୂଚନା ରହିଛି । ତେବେ ଏହି ବିରଳ ସୁଲାବେସି ମାସ୍କ ଆଉଲ ପେଚାଟି କେଉଁଠାରୁ ଏହି ଅଞ୍ଚଳକୁ ଉଡି ଆସିଲା ତାହା ବର୍ତ୍ତମାନ ଯାଏ ସ୍ପଷ୍ଟ ହୋଇପାରିନାହିଁ । ସୁଲାବେସି ମାସ୍କ ଆଉଲକୁ ଅନ୍ତର୍ଜାତୀୟ ପ୍ରକୃତି ସୁରକ୍ଷା ସଙ୍ଘ ବା ଇଣ୍ଟରନେସନାଲ ୟୁନିୟନ ଫର କଞ୍ଜରଭେସନ ଅଫ ନେଚର (IUCN) ପକ୍ଷରୁ ଏହା ଏକ ବିଲୁପ୍ତ ପ୍ରଜାତିର ପେଚା ଭାବରେ ପରିଗଣିତ କରାଯାଇଛି । ଏହି ପ୍ରଜାତିର ପେଚା ଗୁଡିକ ଖୁବ ବିରଳ ରହିଛନ୍ତି ବର୍ତ୍ତମାନ ସମୟରେ । ତେବେ ବଣାଇ ବନ ବିଭାଗ ପକ୍ଷରୁ ବିରଳ ପେଚାକୁ ଗଛରୁ ଉଦ୍ଧାର କରି ତାର ଚିକିତ୍ସା କରାଯାଇଛି ।

Leave A Reply

Your email address will not be published.

3 × five =