pakka

ରାଉରକେଲା କଲେଜର ଓଡିଆ ବିଭାଗ ପକ୍ଷରୁ ଦ୍ୱିଦିବସୀୟ ପାଠଚକ୍ର ସଂପାନ ଆରମ୍ଭ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କଲେଜର ଓଡିଆ ବିଭାଗ ପକ୍ଷରୁ ଦ୍ୱିଦିବସୀୟ ପାଠଚକ୍ର ସଂପାନ ମହାବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଯାଇଛି । ପ୍ରଥମ ସଂପାନରେ ‘ଓଡିଆ ନାଟକରେ ଯୁଗସ୍ରଷ୍ଟା ନାଟ୍ୟକାର କାଳୀଚରଣ ଓ ନାଟକ ରକ୍ତମାଟି’ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ସଭାପତିତ୍ୱ ଓ ବିଭାଗୀୟ ମୁଖ୍ୟ ଅଧ୍ୟାପିକା ରଶ୍ମିପ୍ରଭା ମଥାନଙ୍କ ଆବାହକତ୍ବ ତଥା ସୁଶ୍ରୀ ପ୍ରୀତି ସିଂହଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ । ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ସଭାପତିତ୍ବ ଅଭିଭାଷଣ ସହ ଏହି ଭଳି ପାଠଚକ୍ରର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ଏହା ଦ୍ୱାରା ବହୁ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ ବୋଲି ମତ ରଖିଥିଲେ । ବିଭାଗୀୟ ମୁଖ୍ୟ ଅଧ୍ୟାପିକା ଶ୍ରୀମତୀ ମଥାନ ଅତିଥିଙ୍କ ପରିଚୟ ପ୍ରଦାନ ସହ ପାଠଚକ୍ର ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ପାଠଚକ୍ରରେ ସୁଶ୍ରୀ ଲିପ୍ସାମୟୀ ଧଳ ‘ରକ୍ତମାଟିରେ ଦ୍ବନ୍ଦ, ଉତ୍କଣ୍ଠା ଓ ବିସ୍ମୟ’, ସୁଶ୍ରୀ ଅନିତା ଜଗଦେବ ‘ଓଡିଆ ନାଟକରେ ଯୁଗସ୍ରଷ୍ଟା ନାଟ୍ୟକାର କାଳୀଚରଣ’, ସୁଶ୍ରୀ ସୋନିଆ ବୁଡ ‘କାଳୀଚରଣ ପଟ୍ଟନାୟକଙ୍କ ରକ୍ତମାଟି ନାଟକରେ ପ୍ରତିବିମ୍ବିତ ଜୀବନ ଦୃଷ୍ଟି’, ସୁଶ୍ରୀ ନୈନା କୁମାରୀ ‘ରକ୍ତ ମାଟି ନାଟକରେ ବିଜୟର ଚରିତ୍ର ଚିତ୍ରଣ’, ସୁଶ୍ରୀ ବିଷ୍ଣୁପ୍ରିୟା ପାତ୍ର ‘ରକ୍ତମାଟି ନାଟକରେ ନାରୀର ଚରିତ୍ର ଚିତ୍ରଣ ଓ ସୁଶ୍ରୀ ପୁଷ୍ପାଞ୍ଜଳି ମୁଦୁଲି’ ରକ୍ତମାଟି ନାଟକରେ ମଞ୍ଚ ମୂଲ୍ୟ’ ସଂପର୍କରେ ଆଲୋଚନା ଓ ପ୍ରବନ୍ଧ ପାଠ କରିଥିଲେ । ଓଡିଆ ବିଭାଗର ବରିଷ୍ଠ ଅଧ୍ୟାପକ ଡଃ ଅରବିନ୍ଦ ଦାସ ପ୍ରବନ୍ଧ ଗୁଡିକୁ ସମୀକ୍ଷା କରି କହିଲେ ଯେ, କାଳୀଚରଣଙ୍କ ନାଟକରେ ଜମିଦାର, ଶିଳ୍ପପତିଙ୍କ ଶୋଷଣ, ବିଜୟ ଓ ଲତାର ପ୍ରେମ କାହାଣୀ, ଜାତିପ୍ରଥା ଲୋପ, ଜାତୀୟତା ବାଦ୍, ଗାନ୍ଧୀବାଦର ଚିନ୍ତାଚେତନା ପ୍ରତିଫଳିତ ହୋଇଛି । ଅନ୍ୟତମ ବରିଷ୍ଠ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ କହିଲେ ଯେ, ରକ୍ତ ସହିତ ଯୋଡି ହୋଇଛି ସଂପର୍କ, ସଂପର୍କରୁ ସଂପୃକ୍ତି ଓ ସଂପୃକ୍ତିରୁ ଆଶକ୍ତି । ଏହି ତ୍ରିକୋଣୀୟ ଭିତରେ ରହିଛି ମାଟି । ସେହିପରି ନାଟ୍ୟକାର କାଳୀଚରଣ ଗାନ୍ଧୀ ଚେତନାକୁ ବହୁଳ ବ୍ୟବହାର କରିଥିବା ବେଳେ ସେ ପ୍ରଥମେ ନାଟକରେ ନାରୀ ଚରିତ୍ର ଓ ରେଳଷ୍ଟେସନ ଚିତ୍ର ବ୍ୟବହାର କରି ନାଟକକୁ ଚର୍ଚ୍ଚିତ କରିଥିଲେ । କାର୍ୟ୍ୟକ୍ରମ ପ୍ରାରମ୍ଭରେ ସୁଶ୍ରୀ ବବିତା ଜେନା, ନୈନା କୁମାରୀ, ଶୁଭଲକ୍ଷ୍ମୀ ବାରିକ, ସୁମନ, ମନିଷା ପ୍ରମୁଖ ସ୍ବାଗତ ସଂଗୀତ ଗାନ କରିଥିବା ବେଳେ ସୁଶ୍ରୀ ସ୍ରୃତି ଗନ୍ତାଘରିଆ ଧନ୍ୟବାଦ ଅର୍ପଣ କରିଥିଲେ । ଶୁଭଶ୍ରୀ, ସନ୍ତୋଷ, ଅଞ୍ଜଳୀ, ସୂରଜ, ବିଶ୍ବଜିତ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

one × two =