pakka

କେ.ପି.ପି. ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଶିକ୍ଷକ ଓ କ୍ରୀଡାପ୍ରେମୀଙ୍କୁ ସମ୍ବର୍ଦ୍ଧନା

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ, ମୁନିନ୍ଦା ପକ୍ଷରୁ ରାଜ୍ୟସ୍ତରୀୟ ଖୋ’ଖୋ’ ଚମ୍ପିୟାନ୍‌ସିପ୍‌ ପ୍ରତିଯୋଗିତାରେ ପୁରୀ ଜିଲ୍ଲା ତୃତୀୟ ସ୍ଥାନ ଅଧିକାର କରିଥିବା କେ.ପି.ପି ଉଚ୍ଚ ବିଦ୍ୟାଳୟର ଅନ୍ୟାନ ପ୍ରଧାନ, ଅର୍ଚ୍ଛନା ପ୍ରଧାନ, ବିପାଶା ବିଜୟନୀ ଏବଂ ବାଳକ ବିଭାଗରେ କ୍ଷୀରୋଦ ବିଶ୍ୱାଳ, ବାସୁଦେବ ବାରିକଙ୍କୁ ସମ୍ବଦ୍ଧିତ କରାଯାଇଥିଲା । ସେହିପରି ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଦିଗବିଜୟୀ ଭାସ୍କଡାଗାମା ଟିଜିଟି ଶିକ୍ଷକ ଭାବେ ରାଧାମୋହନ ଦେବ ଉଚ୍ଚ ବିଦ୍ୟାଳୟ, ଗଙ୍ଗପୁରପାଟଣାରେ ଯୋଗଦେବା ପୂର୍ବରୁ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଶ ବଳିୟାରସିଂହ, ଶିକ୍ଷକ ପ୍ରବୀର ମହାପାତ୍ର, ମିହିର କୁମାର ପରିଡା, ରମେଶ ଚନ୍ଦ୍ର ପରିଡା, ବୈଜୟନ୍ତୀମାଳା ହରିଚନ୍ଦନ, ସୂର୍ୟ୍ୟନାରାୟଣ ଜେନା, ଅଜିତ ରାୟ, ନଟବର ସେଠୀ ତ୍ରିନାଥ ପରିଡା ସମେତ ଶୁଶିଲ ମୁକୁଟମଣି, ଭ୍ରମରବର ପ୍ରଧାନ, ଶୁକାନ୍ତ ବିଶ୍ୱାଳ ଓ ବିଚିତ୍ରାନନ୍ଦ ଦଳାଇ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

eighteen − one =