jayashree

ଜଙ୍ଗଲରୁ ମୂଲ୍ୟବାନ କାଠ ଚୋରି, ପୁଣି ଧରାପଡ଼ିଲା କାଠ ମାଫିଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଙ୍ଗଲରୁ ମୂଲ୍ୟବାନ କାଠ ଚୋରି କରିବା ଅଭିଯୋଗରେ ବାରମ୍ବାର ଧରାପଡ଼ୁଛନ୍ତି ଅଭିଯୁକ୍ତ । କୋର୍ଟ ଚାଲାଣ ହେଉଛି, ତଥାପି ଥମୁନି କାଠ ମାଫିଆଙ୍କ କାରନାମା । ପୁଣିଥରେ ଚୋରା କାଠ ଚାଲାଣ ବେଳେ ବନ ବିଭାଗ ହାତରେ ଧରାପଡ଼ିଛି ଜଣେ ଅଭିଯୁକ୍ତ । ବଲାଙ୍ଗିର ବନାଞ୍ଚଳ ଅଧୀନ କର୍ଲାପିଟା ଜଙ୍ଗଲରୁ ଶାଗୁଆନ ଓ ବିଜା ଭଳି ମୂଲ୍ୟବାନ କାଠ କାଟି ବାହାରକୁ ଚାଲାଣ କରାଯାଉଥିବା ନେଇ ବନ ବିଭାଗକୁ ସୂଚନା ମିଳିଥିଲା । ଏହାପରେ ବଲାଙ୍ଗିର ମେଡିକାଲ କଲେଜ ଛକ ନିକଟରେ ଚଢ଼ାଉ କରିଥିଲା ବନ ବିଭାଗର ସ୍ୱତନ୍ତ୍ର ଟିମ୍‌ । ଡିଏଫ୍‌ଓଙ୍କ ନେତୃତ୍ୱରେ ରେଞ୍ଜର ନବୀନ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଫରେଷ୍ଟର ବ୍ୟାସଦେବ ସାହୁଙ୍କ ଟିମ୍‌ ଚଢ଼ାଉ କରି ଅଭିଯୁକ୍ତକୁ କାବୁ କରିଥିଲା । ଚଢ଼ାଉ ସମୟରେ ଅଭିଯୁକ୍ତ ନିକଟରୁ ୫୦ଟି କାଠ ପଟା, ଏକ ହାତକରତ ସହ ଚୋରା କାଠ ଚାଲାଣରେ ବ୍ୟବହୃତ ପିକ୍‌ଅପ୍‌ ଗାଡ଼ି ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ କର୍ଲାପିଟା ଅଘରିଆପାଲି ଗାଁର ଦୈତାରୀ ନାଏକ । ବନ ବିଭାଗ ତାଙ୍କୁ ଗିରଫ କରିବା ପରେ ଆଇନଗତ ପ୍ରକ୍ରିୟା ଅନୁଯାୟୀ କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.