om academy

ବାସନ୍ତୀ ପାଠାଗାରର ୩୭ତମ ବାର୍ଷିକୋତ୍ସବ ସଂପନ୍ନ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ୩୭ତମ ବାର୍ଷିକୋତ୍ସବ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରାଙ୍କ ସଭାପତିତ୍ୱ, ସାଧାରଣ ସଂପାଦକ ବିକ୍ରମଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ଓ ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବିଶତପଥୀ ଓ ସମ୍ମାନିତ ବକ୍ତା ଭାବେ ମ୍ୟୁନିସିପାଲ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନର ବିଭାଗୀୟ ମୁଖ୍ୟ ଡଃ ସନାତନ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟଅତିଥି ଶ୍ରୀମତୀ କବିଶତପଥୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ହଂସ, ବୀଣା ଓ ପୁସ୍ତକ ହେଉଛି ଜ୍ଞାନ, ଧ୍ୟାନ ଓ ଧୈର୍ଯ୍ୟର ପ୍ରତୀକ । ତେଣୁ ମା’ ବାଗଦେବୀ ସମସ୍ତଙ୍କ ଆରଧ୍ୟା ଦେବୀ । ଏହାସହ ଜୀବନର ମୂଲ୍ୟବୋଧ ଓ ଆଧ୍ୟାତ୍ମିକ ପଥରେ ଗଲେ କିପରି ସୁନାଗରିକ ହୋଇପାରିବ ସେ ସଂପର୍କରେ ଆଲୋଚନା କରିଥିଲେ । ସମ୍ମାନିତ ବକ୍ତା ଡଃ ପ୍ରଧାନ ଭାରତୀୟ ସଂସ୍କୃତି ସହ ପରା ବିଦ୍ୟା ଓ ଅପ୍ରା ବିଦ୍ୟା ସଂପର୍କରେ ଆଲୋଚନା କରିଥିଲେ । ଆତ୍ମ ନୀରିକ୍ଷଣ, ଜୀବନ ମାନେ କର୍ମ, ମଣିଷ ଜୀବନର ଲକ୍ଷ୍ୟ, ଅଧ୍ୟୟନ ଜ୍ଞାନ ଧ୍ୟାନ ଦ୍ୱାରା କିପରି ମଣିଷ ଜୀବନ ସୁସଂଗତ ଓ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ । ଏହା ସହ ସାଧାରଣତନ୍ତ୍ର ଦିବସର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଗୁରୁ ଫକୀର ପତି ସରସ୍ୱତୀ ବନ୍ଦନା ଓ କୃପାଂଶୀ କର, ଅନନ୍ୟା ପାଢୀ, ଜ୍ୟୋତିର୍ମୟୀ ବାରିକ ଓ ଅର୍ପିତା ନାୟକ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ପାଠାଗାରର ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲା ବେଳେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପ୍ରାରମ୍ଭରେ କାର୍ଯ୍ୟକାରୀ ସଭାପତି ଶ୍ରୀ ବେହେରା ସଭାପତିତ୍ୱ ଅଭିଭାଷଣ ସହ ପାଠାଗାରର ଲକ୍ଷ୍ୟ ଓ ଆଭିମୁଖ୍ୟ ସଂପର୍କରେ ତଥା ସାଧାରଣ ସଂପାଦକ ଶ୍ରୀ ଆଚାର୍ଯ୍ୟ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଚଳିତ ବର୍ଷ ବିଶେଷ ଅବଦାନ ପାଇଁ ଗଦାଧର ରଥଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ମେମୋଣ୍ଟୋ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଅଜୟ ପ୍ରଧାନ, ସରୋଜ ପାତ୍ର ଓ ପାଠାଗାରର ସମସ୍ତ କର୍ମକର୍ତ୍ତା ଗଣ ସହଯୋଗ କରିଥିଲେ ।

Leave A Reply

Your email address will not be published.