ରାମଲାଲା ଓ ହନୁମାନଜୀଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ପାଇଁ ପରିକ୍ରମା ରଥ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସୁଦପଡା ଠାରେ ଥିବା ହନୁମାନ ମନ୍ଦିର ଠାରେ ନୂତନ ଭାବେ ରାମଲାଲା ମନ୍ଦିର ପ୍ରତିଷ୍ଠା ପାଇଁ ପରିକ୍ରମା ରଥର ଶୁଭ ଉଦ୍‌ଘାଟନ କରାଯାଇଛି । ରାମଲାଲା ହନୁମାନଜୀ ମନ୍ଦିର ପ୍ରତିଷ୍ଠା କମିଟି ଆଜି ପୂଜାର୍ଚ୍ଚନା ପରେ ସହର ପରିକ୍ରମା କରି ରଥକୁ ଉଦ୍‌ଘାଟନ କରାଯାଇଥିଲା । ଆଗାମୀ ୧୭ ତାରିଖ ଦିନ ଠାରୁ ଶ୍ରୀରାମଲାଲା ଓ ହନୁମାନଜୀଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ପରମପୂଜ୍ୟ ମହନ୍ତ ଶ୍ରୀଚିନ୍ମୟ ଦାଶ ମହାରାଜଙ୍କ (ବୃନ୍ଦାବନ) ତତ୍ତ୍ୱାବଧାନରେ ପ୍ରତିଷ୍ଠା ଅନୁଷ୍ଠିତ ହେବ । ବୁଧବାର ଦିନ ଠାରୁ କଳସ ଶୋଭାଯାତ୍ର, ଯଜ୍ଞ ମଣ୍ଡପରେ ଘଟ ସ୍ଥାପନ, ଗୁରୁବାର ସକାଳୁ ଯଜ୍ଞ କର୍ମ ଓ ରତ୍ନମୁଦକ ପୂଜାରମ୍ଭ, ଶୁକ୍ରବାର ଦିନ ଯଜ୍ଞ ଆରମ୍ଭ ଓ ଶନିବାର ଶ୍ରୀ ରାମଲାଲାଙ୍କ ମହାସ୍ନାନ ଓ ନଗର ଭ୍ରମଣ ଓ ନାମଯଜ୍ଞ ଆରମ୍ଭ, ରବିବାର ବିଗ୍ରହ ପ୍ରତିଷ୍ଠା ଓ ଜୀବନ୍ୟାସ, ସିଂହାସନ ପ୍ରତିଷ୍ଠା, ସୋମବାର ଦିନ ଶ୍ରୀ ରାମଲାଲାଙ୍କ ସିଂହାସନ ଆରୋହଣ ଓ ସମସ୍ତ ବିଗ୍ରହ ସ୍ଥାପନ ଏବଂ ନଗର ପରିକ୍ରମା କରାଯିବ । ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରବଚନ ଅନୁଷ୍ଠିତ ହେବ ବୋଲି ମନ୍ଦିର କମିଟି ପକ୍ଷରୁ ଯଜ୍ଞ ଆଚାର୍ଯ୍ୟ ଗୋକୁଳାନନ୍ଦ ମିଶ୍ର ଓ ମନ୍ଦିର ପୂଜକ ନବୀନ ଚନ୍ଦ୍ର ହୋତା ଓ ଶ୍ରୀରାମଲାଲା ଜୀ ପ୍ରତିଷ୍ଠା କମିଟି ସୁଦପଡା ସୂଚନା ପ୍ରଦାନ କରିଛନ୍ତି । ଏହି ଅବସରରେ ସହରର ବିଭିନ୍ନ ପୂଜା କମିଟି ଉପସ୍ଥିତ ରହି ପରିକ୍ରମା ରଥକୁ ସ୍ୱାଗତ କରିଥିଲେ ।

Leave A Reply

Your email address will not be published.