ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ : ଶିକ୍ଷାମନ୍ତ୍ରୀ ସମୀର ଦାଶ
ଭୁବନେଶ୍ୱର : ଆଉ କିଛି ଦିନ ପରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଜୁଲାଇ ମାସ ପ୍ରଥମ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ପରୀକ୍ଷା ଫଳ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି ।
ସୂଚନା ଯୋଗ୍ୟ, ଚଳିତ ଜୁନ୍ ମାସ ଶେଷ ସପ୍ତାପରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ପ୍ରଥମେ ସୂଚନା ମିଳିଥିଲା । ଗତ ମେ ମାସ ୨୧ ତାରିଖରୁ ମାଟ୍ରିକ ପରୀକ୍ଷା ଖାତାଦେଖା ଆରମ୍ଭ ହୋଇଥିଲା । ରାଜ୍ୟର ୫୮ଟି କେନ୍ଦ୍ରରେ ଖାତାଦେଖା ଚାଲିଥିବା ବେଳେ ଖାତା ମୂଲ୍ୟାୟନ ପାଇଁ ୪୮୧ ଜଣ ମୁଖ୍ୟ ପରୀକ୍ଷକ ନିୟୋଜିତ ହୋଇଥିଲେ । ସେହିପରି ୯୦୦ ଜଣ ଉପ ପରୀକ୍ଷକ, ୮୯୧୯ ଜଣ ସହକାରୀ ପରୀକ୍ଷକ ଏବଂ ୯୩୦ ଜଣ ସ୍କ୍ରୁଟିନାଇଜରଙ୍କୁ ନିଯୁକ୍ତି ଦିଆଯାଇଥିଲା । ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଖାତାଦେଖା ହୋଇଥିଲା । ଖାତାଦେଖା ପରେ ଅନଲାଇନରେ ମାର୍କ ଅପଲୋଡିଂ ହେବ । ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।