pakka

ପରୀକ୍ଷାକେନ୍ଦ୍ର ବଦଳ ଦାବୀରେ ଅଭିଭାବକଙ୍କ ଧାରଣା : ବିଇଓଙ୍କ ପ୍ରତିଶୃତି ପରେ ଉଠିଲେ ଅଭିଭାବକ

bbehera

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରୀ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଦୀର୍ଘ ଦିନରୁ ଦଶମ ବୋର୍ଡ଼ ପରୀକ୍ଷା କେନ୍ଦ୍ରକୁ ନେଇ ଅସନ୍ତୋଷ ରହିଥିବା ଦେଖାଯାଉଛି । ତେବେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରାୟ ୩୫ କିଲୋମିଟର ଦୂର ମଦନପୁରଠାରେ ପରୀକ୍ଷା କେନ୍ଦ୍ର ହେଉଥିବା କାରଣରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହିତ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି । ଯଦିଓ ନିକଟରେ ମାଣିକେରା ଏବଂ ବାଲିଭଟାଠାରେ ପରୀକ୍ଷା କେନ୍ଦ୍ର କରାଯାଇପାରିବ ତଥାପି ତାହା କରାନଯାଇ, ଦୂରରେ ଥିବା ମଦନପୁରରେ କରାଯାଇଥିବାରୁ ଆଜି ଅଭିଭାବକମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଧାରଣାର ନେତୃତ୍ୱ ଗୋକୁଳାନନ୍ଦ ବିଶ୍ୱାଳ ନେଇଥିବା ବେଳେ ଅନ୍ୟମାନେ ସହଯୋଗ କରିଥିଲେ । ପରେ ଧାରଣାସ୍ଥଳରେ ମ.ରାମପୁର ଗୋଷ୍ଠୀ ଶିକ୍ଷାଧିକାରୀ ଠାକୁର ଚରଣ ସାହୁ, ସହଗୋଷ୍ଠୀ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ ଏବଂ ବେଣୁଧର କୁମାର ପହଂଚିବା ପରେ ବୁଝାଶୁଝା କରିଥିଲେ ଏବଂ ଆଗାମୀ ପରୀକ୍ଷା ସମୟରେ ଏ ସଂକ୍ରାନ୍ତରେ ନିଶ୍ଚିତ ଦୃଷ୍ଟି ଦିଆଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣାରୁ ଓହରିଥିଲେ ଅଭିଭାବକମାନେ । ପରୀକ୍ଷା କେନ୍ଦ୍ର ସ୍ଥାନାନ୍ତର ସହିତ ବିଦ୍ୟାଳୟରେ ଜଣେ ସ୍ଥାୟୀ ପ୍ରଧାନ ଶିକ୍ଷକ ପାଇଁ ମଧ୍ୟ ଦାବୀ କରାଯାଇଥିଲା । ପ୍ରତିଶୃତି ଦେବା ସମୟରେ ସମାଜସେବୀ ଶୁକଦେବ ସାହୁ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

4 × four =