pakka

ପିକ୍‌ନିକ୍‌ ପାଇଁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା କାର : ୨ ମୃତ, ୭ ଆହତ

bbehera

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନାର କରଡା ଘାଟିରେ ଏକ ଜାଇଲୋ କାର ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡିବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣ ଗୁରୁତର ଆହାତ ହୋଇଛନ୍ତି । ଦୁର୍ଘଟଣାଗ୍ରସ୍ତ କାର ନମ୍ବର ଓ ଆର-୧୯କେ-୫୬୫୧ ରାଇକିଆ ଅଞ୍ଚଳର ୯ ଜଣ ଯୁବକ ପିକ୍‌ନିକ୍‌ ପାଇଁ ସୋରଡ଼ାକୁ ଯିବା ବେଳେ ଘଟିଛି ଏହି ଦୁର୍ଘଟଣା । ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆହାତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ୨ ଜଣ ଗୁରୁତରଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଗାଡିଟି ପ୍ରାୟ ୫୦ ଫୁଟ ତଳକୁ ଖସିଯାଇଥିଲା । ଖବର ପାଇ ରାଇକିଆ ପୋଲିସ ଘଟଣାର ତଦନ୍ତ ଅବ୍ୟାହତ ରଖିଛି ।

Leave A Reply

Your email address will not be published.

sixteen − fourteen =