ଦେଶୀ ଧାନ କ୍ଷେତ୍ର ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପ ଖଣ୍ତ ସାରସମାଲ ଠାରେ ଥିବା ଦଶ ଏକର ପରିମିତ ଚାଷ ଜମିରେ ୧୬ ପ୍ରକାର ଦେଶୀ ଧାନ ଚାଷ କରାଯାଇଥିବା ଜମିକୁ ବିଭିନ୍ନ ଗ୍ରାମର ଚାଷୀମାନେ ପରିଦର୍ଶନ କରିଛନ୍ତି । ଏ ପରିପେକ୍ଷୀରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । ଦେଶୀ ବିହନ ସୁରକ୍ଷା ମଂଚ, ସେବା ସଂଗଠନ ସହାୟତା ସ୍ବିସଏଡ ଦେଶୀ ବିହନ ପାଇଁ ଆଗଭର ହୋଇଥିବା ବେଳେ ତ୍ରିରଂଗା ଯୁବକ ସଂଘ ଆୟୋଜକ ଥିଲେ । ଚାଷୀ ଅଶୋକ ସାହୁ, ତ୍ରିରଂଗାର ସଂପାଦକ କୈଲାସ ଚନ୍ଦ୍ର ସାହୁ, ବିମଳ ଫର୍ମାସୀର ସିଇଓ ଆଜାଦ ପୁରୋହିତ ସହଯୋଗ କରିଥିଲେ । ଡିବିଏସଏମ୍ ତରଫରୁ ବଇଦପାଲି, ରମେଡେଗା, ସାରସମାଲ, ବଂଝାପାଲି, ଧୁମାବେର୍ଣ୍ଣା ଗ୍ରାମର ୭୦ ଜଣ ମହିଳା ଚାଷୀ ଓ ୪୫ ଜଣ ପୁରୁଷ ଚାଷୀ କର୍ମଶାଳାରେ ଯୋଗଦାନ କରି ଯୋଗଦାନ କରି ଦେଶୀ ବିହନରେ ଚାଷ କରିବା ସହ ଗ୍ରାମରେ ଦେଶୀ ବିହନ ବ୍ୟାଂକ ଖୋଲିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଅଶୋକ ସାହୁ, କୈଲାସ ଚନ୍ଦ୍ର ସାହୁ, ଶୁକଦେବ ସାହୁ ଦେଶୀ ବିହନ ଚାଷ, ବିହନ ବ୍ୟାଂକର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ । ଚାଷୀମାନେ ଦେଶୀ ବିହନ ଚାଷ କ୍ଷେତ୍ର ପରିଦର୍ଶନ କରି ଦେଶୀ ବିହନ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ବିହନ ବ୍ୟାଂକ ପରିଚାଳନା ପାଇଁ ପ୍ରତିଟି ଗ୍ରାମରେ ବିହନ କର୍ମି ମନୋନୀତ କରା ଯାଇଥିଲା । ସେମାନେ ହେଲେ ଝରଣା ନେଟୀ, ଗୁଲାପି ମଟାରୀ, କମଳ ଲୋଚନ ଭୋଇ, ହେମଚନ୍ଦ୍ର ମହାକୁଡ, ବୁଧୁରାମ ବରିହା । ଦେଶୀ ବିହନ ସୁରକ୍ଷା ପାଇଁ ୫ଟି ଗ୍ରାମ ସଂକଳ୍ପ ନେଇ କାର୍ୟ୍ୟ କରୁଥିବା ସକାରାତ୍ମକ ପଦକ୍ଷେପ ବୋଲି ଆନନ୍ଦ ପ୍ରକାଶ ପାଇ ଥିଲା । ଶେଷରେ ଶୁକଦେବ ସ୍ବାଇଁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.