om academy

ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପରିଦର୍ଶନ କଲେ ଜିଲ୍ଲାପାଳ ଓ ଏସ୍‌ପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଖାପାଖି ତିନିରୁ ଚାରିଟି ଜିଲ୍ଲାର ଲୋକେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଉପରେ ନିର୍ଭର କରନ୍ତି । ତେବେ ଏହି ଡାକ୍ତରଖାନାରେ ଅନେକ ପ୍ରକାରର ସମସ୍ୟା ରହିଛି ବୋଲି ଅଭିଯୋଗ ଆସିବା ପରେ ଅଭିଯୋଗକୁ ଭିତ୍ତି କରି ଆଜି ଜିଲ୍ଲାପାଳ ଚଂଚଳ ରାଣା ଓ ଏସ୍‌ପି ନିତିନ କୁଶଲକର ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପରିଦର୍ଶନ କରି ଏହାର ସ୍ଥିତି ଉପରେ ଅବଗତ ହେବା ସହ ରୋଗୀମାନଙ୍କୁ ସମସ୍ୟା ଉପରେ ପଚାରିବା ସହ ସମସ୍ୟାଗୁଡିକର ସମାଧାନ ପାଇଁ କହିଥିଲେ । ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ହସ୍‌ପିଟାଲ ସୁପରିଟେଣ୍ଡେଣ୍ଟ ମହେନ୍ଦ୍ର ନାୟକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

three + nineteen =