pr

ଆଇନଜୀବୀ ଗୋପୀନାଥ ଅଗ୍ରୱାଲଙ୍କ ପରଲୋକ

dr. purohit

ବଲାଙ୍ଗିର, (କେପିଏନ୍ଏସ୍) : ଆଇନଜୀବୀ ଗୋପୀନାଥ ଅଗ୍ରୱାଲ(୮୨)ଙ୍କ ଗତ ୧୯ ତାରିଖ ଦିନ ପରଲୋକ ହୋଇଯାଇଛି। ଆରଏସଏସ.ର ସକ୍ରିୟ ସଦସ୍ୟ ସ୍ବର୍ଗତ ଅଗ୍ରୱାଲ ବଲାଙ୍ଗିର ଟେକ୍ସ ବାର୍ ଆସୋସିଏସନରେ ମଧ୍ୟ ଏକଦା ସଭାପତି ଭାବେ ଦାୟିତ୍ଵ ତୁଲାଇଥିଲେ। ବଲାଙ୍ଗିର ସରସ୍ଵତୀ ବିଦ୍ୟା ମନ୍ଦିରରେ ମଧ୍ୟ ସଭାପତି ଦାୟିତ୍ୱ ନିର୍ବାହ କରିଥିଲେ। ସନ୍ତୋଷ କୁମାର କେଜ୍ରିୱାଲଙ୍କ ଶ୍ବଶୁର ସ୍ବର୍ଗତ ଅଗ୍ରୱାଲ ଜଣେ ରାଜନୈତିକ ରୁଚି ସଂପନ୍ନ ବ୍ୟକ୍ତି ଭାବେ ଜଣା ଶୁଣା ଥିଲେ, ଏପରିକି ସେ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ। ୧୯୭୭ ମସିହାରେ ସେ ପ୍ରସ‌ନ୍ନ ପାଲ‌ଙ୍କ ସହ କଂଟାବାଂଜିରେ ପ୍ରତି‌ଦ୍ୱନ୍ଦିତା କରି ମାତ୍ର ୧୦୨ ଭୋଟରେ ହାରିଥିଲେ । ସମାଜସେବା କ୍ଷେତ୍ରରେ ସେ ଯେଭଳି ସୁନାମ ଅର୍ଜନ କରିଥିଲେ, ସେଭଳି ଅନ୍ୟକୁ ଆଦର କରିବା ତଥା ଏକ ନିରାଡ଼‌ମ୍ବର ଜୀବନ ଜୀଇଁବାରେ ସେ ଥିଲେ ଜଣେ ପ୍ରେରଣାଦାୟୀ ପୁରୁଷ । ତା‌ଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ବଲାଙ୍ଗିର ଜିଲ୍ଲ।ର ବହୁ ବିଶି‌ଷ୍ଟ ବ୍ୟ‌କ୍ତିବିଶେଷ ଭଗବାନଙ୍କଠାରେ ପ୍ରାର୍ଥନା କରିଛ‌ନ୍ତି । ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି ।

nrusinghnath
Leave A Reply

Your email address will not be published.