ନରସିଂହ ସେନା ପକ୍ଷରୁ ପଣା ସଂକ୍ରାନ୍ତି ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନରସିଂହ ସେନା ପକ୍ଷରୁ ଓଡିଆ ନବ ବର୍ଷ, ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ତଥା ଆମ୍ବେଦକର ଜୟନ୍ତୀ ଛତାମଖନା ଠାରେ ପାଳିତ ହୋଇଯାଇଛି । ସବୁ ଓଡିଆଙ୍କ ପାଇଁ ଏହା ଏକ ମହାନ ପର୍ବ । କିନ୍ତୁ କରୋନା ମହାମାରୀ ଏବଂ ସାରା ଦେଶରେ କରୋନା କଟକଣା ଯୋଗୁଁ କେବଳ ନିରାଡମ୍ବର ଭାବରେ ଉତ୍ସବ ପାଳିତ ହୋଇଛି । ପ୍ରଥମେ ଗାଁ ମନ୍ଦରରେ ପୂଜାରୀ ମହାପ୍ରଭୁଙ୍କ ନୀତିକାନ୍ତି ଓ ପୂଜାର୍ଚ୍ଚନା କରିଥିଲେ । ପରେ ପୋଖରୀ ତୁଠ ହନୁମାନ ମନ୍ଦିରରେ ପୂଜା କରାଯାଇଥିଲା । ଚଳିତ ବର୍ଷ ଲକ୍‌ଡାଉନ୍‌ ଯୋଗୁଁ ଭକ୍ତଙ୍କ ଆଗମନ ସୀମିତ ଥିଲା । ନରସିଂହ ସେନା ସଭାପତି ଶୁଭ୍ରାଂଶୁ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏଇ ପୂଜନୋତ୍ସବରେ ଗାଁରେ ସମସ୍ତଙ୍କୁ ପଣା ବଣ୍ଟାଯାଇଥିଲା । ସବୁ ଗ୍ରାମବାସୀ ମନୋମାଳିନ୍ୟ ଭୁଲି ଆନନ୍ଦ ସହକାରେ ଏ ପର୍ବରେ ଭାଗ ନେଇଥିଲେ । ପୂଜା ପାର୍ବଣ ପରମ୍ପରାକୁ ବଞ୍ଚେଇ ସମସ୍ତଙ୍କୁ ଏକ ସୁତ୍ରରେ ବାନ୍ଧି ଲୋକଙ୍କୁ ଖୁସି ବାଣ୍ଟିବାର ନରସିଂହ ସେନାର ଏ ପ୍ରୟାସକୁ ଅଞ୍ଚଳବାସୀ ଭୁୟସୀ ପ୍ରଶଂସା କରିଥିଲେ । ନରସିଂହ ସେନାର ଉପସଭାପତି ନରେନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ମିଶ୍ର, ମୁରଲୀ ମହାକୁର, ରାଧାକାନ୍ତ ମିଶ୍ର, ସମ୍ପାଦକ ରାଜ କିଶୋର ମିଶ୍ର, ସହ କୋଷାଧ୍ୟକ୍ଷ କେଶବ କରଣ ଏବଂ ସମ୍ପାଦକ ଯୁବୁଲାଲ ବାଘ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହାଯ୍ୟ କରିଥିଲେ ।

Leave A Reply

Your email address will not be published.