oom

ନୃସିଂହନାଥରେ ବିଶ୍ୱ ପରିବେଶ ଦିବସ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ନୃସିଂହନାଥ ଗନ୍ଧମାର୍ଦ୍ଦନ ବନସ୍ପତି ଓ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ, ବରଗଡ଼ର ମିଳିତ ଆନୁକୁଲ୍ୟରେ ନୃସିଂହନାଥ ସ୍ଥିତ ଗନ୍ଧମାର୍ଦ୍ଦନ ବନସ୍ପତି ପରିସରରେ ବିଶ୍ଵ ପରିବେଶ ଦିବସ ବୁଧବାର ଏକ ନିଆରା ଢଙ୍ଗରେ ପାଳିତ ହୋଇଛି । ଉପସ୍ଥିତ ପରିବେଶ କର୍ମୀମାନଙ୍କ ଦ୍ଵାରାତଥା ପ୍ରକୃତି ବନ୍ଧୁମାନେ ଏକ ବଉଳ ଚାରା ରୋପଣ କରି ଏକ ଫଣଫଣା ବୃକ୍ଷକୁ ସିନ୍ଦୂର, ନଡ଼ିଆ ଅର୍ପଣପୂର୍ବକ ବସ୍ତ୍ରଦାନକରି ବୃକ୍ଷଦେବତାଙ୍କୁ ପୂଜନ କରିଥିଲେ । ବରଗଡ଼ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚର ଉପସଭାପତି ପ୍ରକୃତିବନ୍ଧୁ ବଡ଼ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚର ଉପସଭାପତି ପ୍ରକୃତି ବନ୍ଧୁ ଭୁବନେଶ୍ଵର ପ୍ରଧାନ, ସଂପାଦକ ମୀନକେତନ ସାହୁ, ପ୍ରକୃତି ବନ୍ଧୁ ବିଭୂତି ଭୂଷଣ ମୁଣ୍ଡ, ପ୍ରକୃତି ବନ୍ଧୁ ନନ୍ଦଲାଲ ନାୟକ, ପ୍ରକୃତି ବନ୍ଧୁ ଧିରେନ ମହାନ୍ତି, ସୁରେଶ ଅଗ୍ରୱାଲ, ସୁଶାନ୍ତ ସାହୁ ତଥା ବରିଷ୍ଠ ସାମ୍ବାଦିକ ସୁରଥ ସାହୁ ପ୍ରମୁଖ ଅଂଶ ଗ୍ରହଣ କରି ବିଶ୍ଵ ଉତ୍ତାପନକୁ ନିୟନ୍ତ୍ରଣ କରିବା ପାଇଁ ସମଗ୍ର ଜିଲ୍ଲାରେ ପର୍ଯ୍ୟାପ୍ତ ବୃକ୍ଷ ରୋପଣ ଓ ସଂରକ୍ଷଣ, ଜଙ୍ଗଳ ସୁରକ୍ଷା, ବ୍ୟାପକ ଜନ ସଚେତନତା ସହ ପରିବେଶ କର୍ମୀ ସୃଷ୍ଟି କରିବା ପାଇଁ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଅଶୋକ, ବଉଳ, ଅଁଳା, ବେଳ, ହରିଡ଼ା ଓ ବିଭିନ୍ନ ପ୍ରକାରର ଫଳ ଚାରା ଜନସାଧାରଣଙ୍କୁ ପ୍ରଦାନ କରିବାପାଇଁ ବନ ବିଭାଗକୁ ଜଣେଇବା ପାଇଁ ସ୍ଥିରୀକୃତ ହେଲ । ଗଛ କଟା ପୁରାପୁରି ଭାବରେ ବନ୍ଦ କରିବା, ଏ ଦିଗରେ ଜଙ୍ଗଲ ବିଭାଗ ଦୃଷ୍ଟି ଦେବା, ନେଇ ଆଲୋଚନା ହେଲା । ଗନ୍ଧମାର୍ଦ୍ଦନ ବନସ୍ପତିର ସମ୍ପାଦକ ପ୍ରକୃତି ବନ୍ଧୁ ବିଭୂତି ଭୂଷଣ ମୁଣ୍ଡ ସଂଯୋଜନା କରିଥିବା ବେଳେ ପ୍ରକୃତି ବନ୍ଧୁ ନନ୍ଦଲାଲ ନାୟକ ଧନ୍ୟବାଦ ଅର୍ପଣ କରିଥିଲ ।

jittmm
Leave A Reply

Your email address will not be published.