pakka

ଖଦ୍ୟୋତର ୭ମ ବାର୍ଷିକ ଉତ୍ସବ ପାଳିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟେଲିଗୋଠପଡା ସ୍ଥିତ ଐତିହାସିକ ପୂର୍ଣ୍ଣଚନ୍ଦ୍ର ପାଠାଗାର ଠାରେ ଖଦ୍ୟୋତ ଅନୁଷ୍ଠାନର ବାର୍ଷିକ ଉତ୍ସବ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଲୋଇସିଂହା କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ତ୍ରିବିକ୍ରମ ଦାଶ, ମୁଖ୍ୟବକ୍ତା ବକ୍ତା ଭାବରେ କବି ଶୁଭ୍ରାଂଶୁ ଶେଖର ପଣ୍ଡା, ଆନନ୍ଦ ବଡପଣ୍ଡା, ସମ୍ପାଦକ ଆକୁଳ ବେହେରା ମଂଚାସୀନ ଥିଲେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ଅନୁଷ୍ଠିତ ହୋଇଥିବା ଡ୍ରଇଂ, ସଂଗୀତ, ଡ୍ୟାନ୍ସ, କୌତୁକ ପୋଷାକ ପ୍ରତିଯୋଗିତା କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ମେଡାଲ ଦିଆଯାଇଥିଲା । ବିଭିନ୍ନ ଦିଗରେ ପାରଦର୍ଶିତା ଦେଖାଇଥିବା ଦୁଇ ଜଣ ପ୍ରତିଭା ସମାଜସେବୀ ଅଶୋକ ମେହେର ଓ ଆଚାର୍ଯ୍ୟ ଶିବ ଶତପଥିଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଧର୍ମବ୍ରତ ରଥ, ଦିବାକର ହୋତା, ଶିକ୍ଷୟତ୍ରୀ ରଶ୍ମିତା ମହାନ୍ତି, ସତ୍ୟନାରାୟଣ ପାଣିଗ୍ରାହୀ, ରାଜେଶ ପାଣିଗ୍ରାହୀ, ଉମାକାନ୍ତ ନାଥ, ଅଧ୍ୟାପିିକା ନମ୍ରତା ପାଣିଗ୍ରାହୀ ପରିଚାଳନା କରିଥିଲେ । ଶେଷରେ ସହସଂପାଦକ ମୀନକେତନ ମାଝି ଧନ୍ୟବାଦ୍‌ ଅର୍ପଣ କରିଥିଲେ ।

Leave A Reply

Your email address will not be published.

19 − sixteen =