ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ଵ ଜଳ ଦିବସ ପାଳିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ନାଭାଲ ଏନ.ସି.ସି. ତରଫରୁ ବିଶ୍ଵ ଜଳ ଦିବସ ପାଳିତ ହୋଇଯାଇଛି । ବ୍ରହ୍ମପୁର ସ୍ଥିତ ଓଡ଼ିଶା ନାଭାଲ ଏନ.ସି.ସି. କାର୍ଯ୍ୟାଳୟର ନିର୍ଦ୍ଦେଶ କ୍ରମେ ମହାବିଦ୍ୟାଳୟର ନାଭାଲ ଏନ.ସି.ସି. ଅଧିକାରୀ ସବ୍ ଲେପ୍‌ଟନାଣ୍ଟ ମନୋରଞ୍ଜନ ମହାରଣା କ୍ୟାଡେଟମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ଚିତ୍ରକଳା ପ୍ରତିଯୋଗିତା କରାଇଥିଲେ । ପରେ ଏନ.ସି.ସି. ଅଧିକାରୀଙ୍କ ନେତୃତ୍ଵରେ କ୍ୟାଡେଟମାନେ ଏକ ଶୋଭାଯାତ୍ରାରେ ବାହାରି ଛତ୍ରପୁର ଅଞ୍ଚଳରେ ସଚେତନତା ବାର୍ତ୍ତା ଦେବା ପୂର୍ବକ ଜଳ ହିଁ ଜୀବନ ସଚେତନତାମୂଳକ ସ୍ଲୋଗାନ ଦେଇ ଜନ ସଚେତନତା କରିଥିଲେ । ଶେଷରେ ମହାବିଦ୍ୟାଳୟରେ ଏକ ସଭା ଆୟୋଜନ କରାଯାଇ କ୍ୟାଡେଟମାନେ ଏହି ଦିବସର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ ଓ କୃତି ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.

3 + 19 =