pakka

ସମ୍ବାଦ ସାହିତ୍ୟଘର, ଗୁଡଭେଲାର ‘ପ୍ରୀତିର ଫଗୁଣ’ କବିତା ଆସର ଓ ଜ୍ୟୋତି ପ୍ରକାଶଙ୍କ ଜନ୍ମଦିନ ପାଳିତ

bbehera

ତୁଷୁରା, (କେପିଏନ୍‌ଏସ୍‌) : ସମ୍ବାଦ ସାହିତ୍ୟଘର, ଗୁଡଭେଲାର ୨୫ତମ ଅଧିବେଶନରେ ‘ପ୍ରୀତିର ଫଗୁଣ’ କବିତା ଆସର ଓ କବି ପ୍ରହଲ୍ଲାଦ ଦଣ୍ଡସେନାଙ୍କ ସୁପୁତ୍ର ଜ୍ୟୋତି ପ୍ରକାଶଙ୍କ ୧୦ମ ଜନ୍ମଦିନ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତୁଷୁରାଠାରେ ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଫାଲଗୁନ ପୂର୍ଣ୍ଣିମାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ତେଜସ୍ୱିନୀ ବଲାଙ୍ଗିରର ସଂପାଦିକା, ସମାଜସେବୀ ତଥା କବୟିତ୍ରୀ ଶ୍ରୀମତୀ ଲିଲି ପଟେଲ ଯୋଗଦେଇ ସମ୍ବାଦ ସାହିତ୍ୟଘରର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ବିଶିଷ୍ଟ ଅତିଥି ଭାବେ ବାଶିଷ୍ଟ ସାହିତ୍ୟିକ, ସ୍ତମ୍ଭକାର ତୁଳସୀ ଜୈନ ଯୋଗଦେଇ ଫଗୁଣରେ ପ୍ରେମର ଧାରା ଉପରେ ଆଲୋକପାତ କରିଥିଲେ । ବରିଷ୍ଠ କବି ତଥା ଶିକ୍ଷାବିତ୍‌ ବରୁଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ଣ୍ଣଚନ୍ଦ୍ର ମେହେର, ପ୍ରହଲ୍ଲାଦ ଦଣ୍ଡସେନା ଓ ସୁଶୀଳ କୁମାର ଦାଶ ଯୋଗ ଦେଇ ପ୍ରୀତିର ଫଗୁଣ କବିତା ପାଠ କରିଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ କବୟିତ୍ରୀ ତୃପ୍ତିମୟୀ ତ୍ରିପାଠୀ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିବା ବେଳେ ଶେଷରେ କବି ଭକ୍ତବନ୍ଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସାରସ୍ୱତ ସମାବେଶରେ ମନସ୍ୱିନୀର ପାଠକାର୍ପଣ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀମତୀ ଲିଲି ପଟେଲଙ୍କୁ ରାଜ୍ୟସ୍ତରୀୟ ପ୍ରଜ୍ଞାମୟୀ ସମ୍ମାନ-୨୦୨୩ରେ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ।

ଦ୍ୱିତୀୟ ପର୍ଯ୍ୟାୟରେ କବୟିତ୍ରୀ ତୃପ୍ତୀମୟୀ ତ୍ରିପାଠୀଙ୍କ ସଂଯୋଜନାରେ ପ୍ରୀତିର ଫଗୁଣ କବିତା ଆସର ଅନୁଷ୍ଠିତ ହୋଇଥିଲା । କବୟିତ୍ରୀ ବବିତା ନାୟକ, ହୀରାବତୀ ସାହୁ, କନକଲତା ପଣ୍ଡା, ଲକ୍ଷ୍ମୀପ୍ରିୟା ଧରୁଆ, ଶ୍ରଦ୍ଧାମୟୀ ସାହୁ, ଗୌରୀ ଶର୍ମା ତଥା କବି ସନ୍ତୋଷ କୁମାର ବେହେରା, କୃଷ୍ଣେନ୍ଦୁ ହୋତା, ଭକ୍ତବନ୍ଧୁ ସାହୁ, ନରସିଂହ ମେହେର, ଶୁଭ୍ରାଂଶୁ ଭୂଷଣ ମେହେର, ଶ୍ରୀପାଳ ପଣ୍ଡା, ଦୋଳ ଗୋବିନ୍ଦ ସାହୁ, ସୁବଳ କୁମାର ସାହୁ, ଲିପୁନ ସାହୁ, ସୁଧାକର ପ୍ରଧାନ, ସୁଶାନ୍ତ କୁମାର ପଟେଲ, ଚୁଟୁ ନାଗ, ଶୁଭେନ୍ଦୁ ପ୍ରସାଦ ଷାଣ୍ଢ, ଦଶରଥ ସାମଲ, ସତ୍ୟ ଚରଣ ମହାକୁର, ଆଶୁକବି ହେମନ୍ତ ଦାଶ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ରୀତା ନାଏକ, ସୌଦାମିନୀ ସାହୁ, ଗୀତାଞ୍ଜଳି ସାହୁ, କୁନ୍ତି କୁମୁରା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

4 × 1 =