pakka

ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଲକର ଏକ ମାତ୍ର ବାଳିକା ଉଚ୍ଚ ବିଦ୍ୟାଳୟରେ ଉତ୍ସାହ, ଉଦ୍ଦୀପନା ସହିତ ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି । ଆଜି ସକାଳ ୯ ଘଣ୍ଟା ସମୟରେ ପାଇକମାଲ ଶିବ ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରା ଛାତ୍ରୀମାନଙ୍କ ଦ୍ୱାରା ବିଦ୍ୟାଳୟରେ ପହଂଚି ଥିଲା । କ୍ରୀଡାର ଉଦ୍‌ଘାଟନୀ ଉତ୍ସବରେ ବିଦ୍ୟାଳୟର ସଭାପତି ଉପେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଡିଗ୍ରୀଧର ସାହୁ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ତା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । କ୍ରୀଡା ଶିକ୍ଷୟିତ୍ରୀ ନମିତା ସାହୁ ଖେଳ ପରିଚାଳନା କରିଥିଲେ । କ୍ରୀଡାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀମାନଙ୍କୁ ଅବସରପ୍ରାପ୍ତ ଖେଳ ଶିକ୍ଷକ ସୁଧାଂଶୁ ମାଝୀ ଏବଂ ପାଇକମାଳ ସିଆର୍‌ସିସି ପୁରସ୍କାର ବଣ୍ଟନ କରିଥିଲେ । ଶିକ୍ଷକ ସେବକ ସେଠ, ଅନିମା ରାଉତ, ଉଷା ଦାସ, ରଞ୍ଜିତା ସାହା, ଅନିତା ପାଣିଗ୍ରାହୀ ସହଯୋଗ କରିଥିଲେ । ଶେଷରେ ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

jay balangir
Leave A Reply

Your email address will not be published.

3 − one =