pakka

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଭିଜିଲାନ୍ସ ସପ୍ତାହ ପାଳିତ

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଭିଜିଲାନ୍ସ ସପ୍ତାହ ପାଳିତ ହୋଇଯାଇଛି । ପ୍ରଥମ ଦିନରେ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ବିଶ୍ୱବିଦ୍ୟାଳୟର ରେଜିଷ୍ଟର୍‌ ସିନେଟ ହଲ୍‌ରେ ଦିନ ୧୧ରେ ଏକ ଅଖଣ୍ଡତା ପ୍ରତିଶୃତି ପରିଚାଳନା କରିଥିଲେ । ପାଞ୍ଚ ପଏଣ୍ଟ ବିଶିଷ୍ଟ ଏହି ଅଖଣ୍ଡତା ପ୍ରତିଶୃତି ବିଶ୍ୱବିଦ୍ୟାଳୟର ଡେପୁଟି ରେଜିଷ୍ଟର୍‌ର ଡ଼. ବାପୁଜୀ ସାମଲ, ଆସିଷ୍ଟାଣ୍ଡ ରେଜିଷ୍ଟର୍‌ର ଡ଼.ସରୋଜ କୁମାର ଦାଶ, କଣ୍ଟ୍ରୋଲର ଅଫ ଫାଇନାନ୍ସ ଅଶୋକ କୁମାର ଧାଙ୍ଗଡ଼ାମାଝୀ, ଶିକ୍ଷକ ଓ ଅଣଶିକ୍ଷକଙ୍କ ଦ୍ୱାରା ନିଆଯାଇଥିଲା । ଉକ୍ତ ବୈଠକରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଅଧ୍ୟକ୍ଷତା କରିବା ସହ ସମାଜରୁ କିପରି ଦୁର୍ନୀତି ହଟା ଯାଇପାରିବ ଏବଂ ଦୁର୍ନୀତି ବିରୁଦ୍ଧରେ ନାଗରିକମାନଙ୍କ ମଧ୍ୟରେ କିପରି ସଚେତନତା ସୃଷ୍ଟି କରାଯାଇପାରିବ ସେହି ବିଷୟରେ ମତାମତ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟାଳୟ ଅଧ୍ୟକ୍ଷ ରବୀନ୍ଦ୍ରନାଥ ପାଣିଗ୍ରାହୀ ସଂଯୋଜନା କରିଥିଲେ ।

jay balangir
Leave A Reply

Your email address will not be published.

16 − sixteen =