jayashree

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଜଗଦାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଜଗଦା ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି । ପ୍ରଭୁ ଶ୍ରୀକୃଷ୍ଣଙ୍କୁ ସୁସଜ୍ଜିତ ଦୋଳିରେ ଆସୀନ କରି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ କୁମାର ବାରିକ କର୍ତ୍ତା ରୂପେ ପୂଜାର୍ଚ୍ଚନା କରିଥିଲେ । ଆଚାର୍ଯ୍ୟ କାଶୀନାଥ ପାଢୀ ହୋମଯଜ୍ଞ ଓ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପନ୍ନ କରିଥିଲେ । ଧୂପ, ଦୀପ, ପୁଷ୍ପ, ନୈବେଦ୍ୟ ଆଦି ଉପଚାର ପୂର୍ବକ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଆବାହନ କରାଯାଇଥିଲା । ପ୍ରଭୁଙ୍କୁ ସୁସଜ୍ଜିତ ଝୁଲଣରେ ଝୁଲାଯାଇ, ଆରତୀ ଓ ପୁଷ୍ପାଞ୍ଜଳି କରି ଠାକୁରଙ୍କ ପୂଜା ଅର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ଶ୍ରୀକୃଷ୍ଣ ମେଳା ଅନୁଷ୍ଠିତ ହୋଇଥିଲା । କୁନିକୁନି କୃଷ୍ଣବେଶ ଧାରୀ ଶିଶୁ ଭାଇଭଉଣୀ କୋଏଲ ନଗର, ସି-ବ୍ଳକ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇଥିଲେ । ମାଆମାନେ ସେମାନଙ୍କୁ ବନ୍ଦାଇଥିଲେ । ଦୋଳି ଝୁଲଣ କାର୍ଯ୍ୟ, ସଂଗୀତ, ନୃତ୍ୟ, ବାଦ୍ୟ ଓ ହୁଳହୁଳିରେ ପରିବେଶ କୃଷ୍ଣମୟ ହୋଇଉଠିଥିଲା । କୃଷ୍ଣବେଶ ଧାରଣ କରିଥିବା ଶିଶୁଙ୍କୁ ପୁରସ୍କୃତ କରାଯାଇଥିଲା । ଶିଶୁଙ୍କ ଦ୍ୱାରା ଦଧିହାଣ୍ଡି ଭଙ୍ଗାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଉରକେଲା ସଂକୁଳ ପ୍ରମୁଖ ଗାଦାବରୀଶ ଶତପଥୀ, ପରିଚାଳନା ସମିତିର ସଭାପତି ଡ. ସାମନ୍ତ କୁମାର ସାହୁ, ସମ୍ପାଦକ ବୈଷ୍ଣବ ଚରଣ ମହାପାତ୍ର, ସଦସ୍ୟା ଆରତୀ ସାହୁ, ଅର୍ଚ୍ଚନା ମହାନ୍ତି, ପୂର୍ବତନ ପ୍ରଧାନ ଆଚାର୍ଯ୍ୟ ସୂର୍ଯ୍ୟନାରାୟଣ ଦାସ, ସମସ୍ତ ଗୁରୁଜୀଗୁରୁମା, ଶିଶୁ ଭାଇଭଉଣୀ ଅଭିଭାବକ ଅଭିଭାବକା, ଶୁଭେଚ୍‌ଛୁ ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟଙ୍କ ମାର୍ଗଦର୍ଶନ ତଥା ଆଚାର୍ଯ୍ୟା ଜୟ ଜୟନ୍ତୀ ଦାଶ ଓ ଅମିତା ଚୌଧୁରୀଙ୍କ ତତ୍ୱାବଧାନରେ ସମସ୍ତ ପୂଜାର୍ଚ୍ଚନା କାର୍ଯ୍ୟ ପାଳିତ ହୋଇଥିଲା । ଶେଷରେ ସମସ୍ତଙ୍କୁ ପ୍ରାସାଦ ବଣ୍ଟନ କରାଯାଇ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା ।

Leave A Reply

Your email address will not be published.