
ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ଟାଉନସିପ୍ ଶାଖା ସେକ୍ଟର ୭ ସ୍ଥିତ ଶିବାନନ୍ଦ ଆଶ୍ରମଠାରେ ପବିତ୍ର ଜନ୍ମାଷ୍ଟମୀ ମହାସମାରୋହରେ ପାଳନ କରାଯାଇଛି । ଏହି ଅବସରରେ ସକାଳ ସଦଗୁରୁ ପାଦୁକା ପୂଜା, ଗୋପାଳ ସାହସ୍ରାଚାନା, ସନ୍ଧ୍ୟାରୁ ମଧ୍ୟ ରାତ୍ରି ଯାଏ ସତସଙ୍ଗ, ପୂଜାର୍ଚ୍ଚନା, ହାଭାନା ଓ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । କାର୍ଯ୍ୟକ୍ରମରେ ସଭାପତି ଅର୍ଦ୍ଧେନ୍ଦୁ ଷଡ଼ଙ୍ଗୀ, ସମ୍ପାଦକ ବିଜୟ କୁମାର ମହାରଣା, କୋଷାଧ୍ୟକ୍ଷ ନୃସିଂହ ରଥ, ରାମଚନ୍ଦ୍ର ସ୍ୱାଇଁ, ତ୍ରିଲୋଚନ ପଣ୍ଡା, ପ୍ରିୟବ୍ରତ ମହାନ୍ତି, ଗିରିଧାରୀ ସ୍ୱାଇଁ, ରବିନାରାୟଣ ପଣ୍ଡା, ରଞ୍ଜିତ ଜେନା, ସାରଦା ପ୍ରସାଦ ମହାନ୍ତି, ଅଚ୍ୟୁତାନନ୍ଦ ଦାଶ, ଉର୍ମିଳା ଦାସ, ସୁଜାତା ରଥ, ସୁଜାତା ଦିକ୍ଷୀତ, ମଞ୍ଜୁବାଳା ସ୍ୱାଇଁ,ଅନୁପମା ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିଥିଲେ ।