jayashree

ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ସ୍ଥିତ ପୃଥ୍ୱୀରାଜ ହାଇସ୍କୁଲ ଠାରେ ୧୯୭୭ ସାମାଜିକ ସାଂସ୍କୃତିକ ସଂଘ ପକ୍ଷରୁ ଗୁରୁ ଦିବସ ପାଳିତ ହୋଇଯାଇଛି । ସଂଘର ସଭାପତି ମୋହନ ଗୋପାଳ ପଣ୍ଡାଙ୍କ ସଭାପତିତ୍ୱରେ ପୃଥ୍ୱୀରାଜ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସଂଘ ତରଫରୁ ରଚନା ଲିଖନ ଓ ତର୍କ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ୧୨ ଜଣ ଛାତ୍ରଙ୍କୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଉଷୁ ଶ୍ରେଷ୍ଠ ଖେଳାଳି ମୋହିତ ବହିଦାର ଓ ମେଧାବୀ ଛାତ୍ର ଅର୍ଜୁନ କବାଟଙ୍କୁ ପ୍ରଶସ୍ତିପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଝଟକାନ୍ତି ପଟେଲ, କଳ୍ପନା ତ୍ରିପାଠୀ, ସରୋଜିନୀ ଉଦ୍‌ଗାତା ଓ ବିଜୟ କୁମାର ବାଘଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଗୁରୁଶ୍ରୀ ପ୍ରାଣବନ୍ଧୁ ନାୟକ, ଶ୍ୟାମ ସୁନ୍ଦର ଉଦ୍‌ଗାତା, ହୃଦାନନ୍ଦ ଜେନା, ଘାସିରାମ ମିଶ୍ର, ଆଦିକନ୍ଦ ଷଡଙ୍ଗୀ, ଜଗଦାନନ୍ଦ ଛୁରିଆ ଓ ବାଳମୁକୁନ୍ଦ ତ୍ରିପାଠୀଙ୍କୁ ଗୁରୁ ପୂଜନ କରାଯାଇଥିଲା । ସଭାକୁ ସଂଘର ଯୁଗ୍ମ ସଂପାଦକ ପ୍ରଦୀପ କୁମାର ମିଶ୍ର ସଂଯୋଜନା କରିଥିବା ବେଳେ ସଂପାଦକ ଡା. ସୁକାନ୍ତ ପୁରୋହିତ, କୋଷାଧ୍ୟକ୍ଷ ବ୍ରଜବନ୍ଧୁ ସାଏ, ସଭ୍ୟ ରାଜ କିଶୋର ଦାଶ, ଡା. ସିଦ୍ଧେଶ୍ଵର ମିଶ୍ର, ସତ୍ୟନାରାୟଣ ପଣ୍ଡା, ଅଶୋକ ରଣା, ଭଗବାନ ବଗର୍ତ୍ତି ଓ ଅମରଦୀପ ପାଣିଗ୍ରାହୀ ସହଯୋଗ କରିଥିଲେ ।

Leave A Reply

Your email address will not be published.