
ରାଉରକେଲା, (କେପିଏନ୍ଏସ୍) : ରାଜ୍ୟ ସଂଖ୍ୟାଲଘୁ ସେଲ୍ର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ପାଇବା ପରେ ବିଧାୟକ ରୋହିତ ଜୋସେଫ ତିର୍କୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି । ବୀରମିତ୍ରପୁର ମୁସଲିମ ସମାଜର ସଭାପତି ଏମ୍ଡି ଅକ୍ଷତର, ସମ୍ପାଦକ ଏମ୍ଡି ଅବଦୁଲ୍ଲା ଖାଁଙ୍କ ସମେତ ଛାତ୍ର ନେତା ତାନବୀର ଓ ମୁଦାସୀର ବିଧାୟକଙ୍କୁ ଭେଟିଥିଲେ । ଏହି ଅବସରରେ ଫୁଲଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ନୂଆ ଦାୟିତ୍ୱ ପାଇଁ ଶୁଭକାମନା ଜଣାଇଥିଲେ । ଏହି ସାକ୍ଷାତକାର ସମୟରେ ସଂଖ୍ୟାଲଘୁ ସମାଜର ବିଭିନ୍ନ ପ୍ରସଙ୍ଗ ଓ ଆଗାମୀ ଦିନରେ ସମାଜର ବିକାଶ ନେଇ ଆଲୋଚନା ହୋଇଥିଲା । ଅଭିନନ୍ଦନ ଓ ଶୁଭେଚ୍ଛା ପାଇଁ ବିଧାୟକ ରୋହିତ ଜୋସେଫ ତିର୍କୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।