
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ-୨୦୨୬ ଗୁରୁବାର ସନ୍ଧ୍ୟାରେ କ୍ଲବ ପରିସରରେ ଆୟୋଜିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ତଥା ରୋଟାରୀୟନ୍ ସଭାପତି ପଦ୍ମ ଚରଣ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଟାରୀ ଜିଲ୍ଲା ୩୨୬୨ ପୂର୍ବତନ ପ୍ରାନ୍ତପାଳ ରୋଟାରିଆନ୍ ଦିଲୀପ କୁମାର ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ମନୋନୀତ ପ୍ରାନ୍ତପାଳ ଅକ୍ଷେନ୍ଦୁ ଶେଖର ପଟ୍ଟନାୟକ ଓ ଜୋନାଲ ଚ୍ୟାୟର ସତ୍ୟ କାମ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସମାଜସେବୀ ତଥା ସମ୍ପାଦକ ଡମ୍ବୁରୁଧର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ଚଳିତ ବର୍ଷ ୨୦୨୬-୨୭ ନିମନ୍ତେ ବରିଷ୍ଠ ରୋଟାରିୟାନ୍ ପ୍ରଫୁଲ୍ଲ କୁମାର ପଟ୍ଟନାୟକଙ୍କୁ ସଭାପତି ଓ ସମ୍ପାଦକ ଏମ୍. ଧନଞ୍ଜୟ ରେଡ୍ଡୀଙ୍କୁ ସମ୍ପାଦକ ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି । ଏହି ଅବସରରେ ଛତ୍ରପୁର ରୋଟାରୀ କ୍ଲବ ଦ୍ୱାରା ବିଗତବର୍ଷ ମାନଙ୍କରେ ହୋଇଥିବା ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ସମ୍ବନ୍ଧୀୟ ବିଶଦ୍ ଆଲୋକପାତ କରାଯାଇଥିଲା । ନୂତନ ସଭାପତି ସମସ୍ତଙ୍କ ସହଯୋଗ କାମନା କରିବା ସହିତ ଆଗାମୀ ଦିନରେ କ୍ଲବ ପକ୍ଷରୁ ହେବାକୁ ଥିବା ନୂତନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ନୂତନ ସଦସ୍ୟ ଭାବେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ଅଲେଖ ପ୍ରଧାନ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଛତ୍ରପୁର ଶାଖା ମୁଖ୍ୟ ପରିଚାଳକ ସ୍ଵାଗତ କୁମାର ପାଢ଼ୀ, ଛତ୍ରପୁର ୟୁରୋ ସ୍କୁଲର ଡିନ୍ ସସ୍ମିତା ମହାପାତ୍ର, ୟୁରୋ ସ୍କୁଲ ଏକାଡେମୀ ଡାଇରେକ୍ଟର ପ୍ରମୋଦ କୁମାର ମିଶ୍ର ଓ ଯୁବ ବ୍ୟବସାୟୀ ଦେବେନ୍ଦ୍ର କୁମାରସାହୁ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇଛନ୍ତି । ଏହା ସହ ଅଧିଷ୍ଠାନ ଦିବସ ପାଳନ ସମାପନ ପରେ ଚାର୍ଟର ଦିବସ ପାଳନ ମଧ୍ୟ କରାଯାଇଥିଲା । ଚଳିତ ବର୍ଷର ସଭାପତି ପ୍ରଫୁଲ୍ଲ କୁମାର ପଟ୍ଟନାୟକ ଚାର୍ଟର ସଭାପତି ଭାବେ ପରିଚିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଚାର୍ଟର ସମ୍ପାଦକ ସୁରଜିତ ସାମନ୍ତରା, ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ. ଅଜୟ କୁମାର ତ୍ରିପାଠୀ, ରୋଟାରିୟନ ଏସ. ରେଖା ମହାନ୍ତି, ରୋଟାରିୟନ ନିରଞ୍ଜନ ପାତ୍ର, ରବୀନ୍ଦ୍ର ସାହୁ, ବିଦ୍ୟୁତ ବିଭାଗୀୟ ବରିଷ୍ଠ ଇଂ. ରାଜକିଶୋର ବଲ୍ଳଭଙ୍କ ସମେତ ଅନ୍ୟ ରୋଟାରୀ କ୍ଲବର ସଦସ୍ୟମାନେ ଯୋଗ ଦେଇଥିଲେ । ରୋଟାରିୟାନ୍ ଦ୍ଵାରକା ପଟ୍ଟନାୟକ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଛତ୍ରପୁର ରୋଟାରୀ କ୍ଲବର ସଦସ୍ୟ / ସଦସ୍ୟାମାନେ ପରିଚାଳନାରେ ସହଯୋଗ କରିଥିଲେ ।