jayashree

ମୋହନଗିରି ଗ୍ରାମପଞ୍ଚାୟତ ଠାରେ ବିଶ୍ୱ ପରିବେଶ ଦିବସ ମହାସମାରୋହର ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୋହନଗିରି ଗ୍ରାମପଞ୍ଚାୟତ ଠାରେ ବିଶ୍ୱ ପରିବେଶ ଦିବସ ମହାସମାରୋହର ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ସୁରେନ୍ଦ୍ର ଧରୁଆ ସରପଞ୍ଚ, ମୋହନଗିରି ମୁଖ୍ୟ ବକ୍ତା ବିଶ୍ୱଜିତ ଠାକୁର ବନପାଳ, ମୋହନଗିରି ମୁଖ୍ୟ ବକ୍ତା ସମ୍ମାନିତ ଅତିଥି ପ୍ରକୃତି ମିତ୍ର ପ୍ରକୃତି ବନ୍ଧୁ ଶୁକଦେବ ସାହୁ । ବୈଦ୍ୟ ନାରାୟଣ ଭୋଇ, ସଂଜିତ ମହାନ୍ତି, ମଧୁସୂଦନ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିବା ବେଳେ ପରିବେଶ ସଚେତନତା ଉପରେ ବାର୍ତ୍ତା ପ୍ରଦାନ କରିଥିଲେ । ଯାହାକି ପରିବେଶ ସନ୍ତୁଳନ ବଜାଇ ରହିଲେ ମାନବ ସମାଜ ସୁସ୍ଥ ରହିବ ବୋଲି ଅତିଥିମାନେ ମତପୋଷଣ କରିଥିଲେ । ଏହି ଅବସରରେ ଦଶମ ଶ୍ରେଣୀ ଓ ଦ୍ୱାଦଶ ପରୀକ୍ଷାରେ ଭଲ ପ୍ରଦର୍ଶନ ରଖିଥିବା କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଅଂଚଳର ସମସ୍ତ ୱାର୍ଡ ସଭ୍ୟସଭ୍ୟା ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ସ୍ୱଂସହାୟକ ଗୋଷ୍ଠୀ ସଭ୍ୟାମାନେ ଉପସ୍ଥିତ ଥିଲେ । ଶେଷରେ ଲକ୍ଷ୍ମୀକାନ୍ତ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ମିଳନ ସାହୁ କାର୍ଯ୍ୟନିର୍ବାହୀ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.