mahavir

୭୬ତମ ସମ୍ବିଧାନ ଦିବସ ଓ ଜାତୀୟ ଆଇନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଓକିଲ ସଂଘ ପକ୍ଷରୁ ବୁଧବାର ମହାସମାରୋହରେ ୭୬ତମ ସମ୍ବିଧାନ ଦିବସ ଏବଂ ଜାତୀୟ ଆଇନ ଦିବସ ବିରଜାପାଲି ସ୍ଥିତ ନୂଆକୋର୍ଟର ସିଭିଲ ଏବଂ ସେସନ କୋର୍ଟ ପରିସର ମଧ୍ୟରେ ପାଳିତ ହୋଇଯାଇଛି । ଏ ପରିପ୍ରେକ୍ଷୀରେ ଏକ ବର୍ଣ୍ଣାଢ୍ୟ ସଭା ଓକିଲ ସଂଘ ପକ୍ଷରୁ ଆୟୋଜନ ହୋଇଥିଲା । ଏହି ସଭାରେ ରାଉରକେଲା ଓକିଲ ସଂଘ ସଭାପତି ସଦାନନ୍ଦ ସାହୁ ସଭାପତିତ୍ୱ କରିଥିବାବେଳେ ସଭାରେ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଦୌରାଜଜ ମୁକ୍ତିରଞ୍ଜନ ଶତପଥିଙ୍କ ସମେତ ପରିବାର ଅଦାଲତ ଜର୍ଜ ଲିଲି ସେନାପତି, ସ୍ପେଶିଆଲ ପୋକ୍ସୋ ଜର୍ଜ ପି.ସୂର୍ଯ୍ୟ ରାଓ, ଦ୍ୱିତୀୟ ଜିଲ୍ଲା ଦୌରାଜର୍ଜ ରଞ୍ଜିତା ଜ୍ୟୋତିଷ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗଣତନ୍ତ୍ରର ଆତ୍ମା ହେଉଛି ସମ୍ବିଧାନ, ସମ୍ବିଧାନିକା ବିଧି ବ୍ୟବସ୍ଥା ଅନୁପାଳନ କଲେ ଦେଶର ନାଗରିକମାନଙ୍କର ମୌଳିକ ଅଧିକାର ସୁରକ୍ଷିତ ରହିପାରିବ ଓ ଆଇନ ବ୍ୟବସ୍ଥା ଠିକ ରାସ୍ତାରେ ଚାଲିବ ବୋଲି ମତ ରଖିଥିଲେ । ରାଉରକେଲା ଓକିଲ ସଂଘର ବରିଷ୍ଠ ଆଇନଜୀବୀ ସୁଜୟ ପାଣି, କୈଳାସ ପ୍ରଧାନ, ଗିରିଶ ଚନ୍ଦ୍ର ମହାପାତ୍ର, ସନାତନ ବିଶ୍ୱାଳ, ରବିଶଙ୍କର ମିଶ୍ର, ଏମ. ମାଲେଶ୍ୱରମ, ସୁସ୍ମିତା ମହଲା ପ୍ରମୁଖ ନିଜସ୍ୱ ଅଭିଭାଷଣ ରଖି ସମ୍ବିଧାନର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ନାଗରିକଙ୍କ ମୌଳିକ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ରାଉରକେଲା ଓକିଲ ସଂଘର ସମ୍ପାଦକ ଦେବାନନ୍ଦ ତନ୍ତୀ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ଦେଇଥିଲେ । ସଭା ପ୍ରାରମ୍ଭରେ ଡକ୍ଟର ବି.ଆର. ଆମ୍ବେଦକର ଏବଂ ମଧୁବାବୁଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପଗୁଛ ଦିଆଯାଇଥିଲା । ଓକିଲ ସଂଘର ପାଠାଗାର ସମ୍ପାଦକ ରାଜଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଓକିଲ ସଂଘ ଯୁଗ୍ମ ସମ୍ପାଦକ ଲିଙ୍ଗମ୍‌ ହରିଡୋରା, ବ୍ରଜେଶ ମିଶ୍ର, ତାପସ ପରିଡା, ଅକ୍ଷୟ ସିଂଦେଓ, ଅନନ୍ତ ସାହୁ, ସୁମିତୀ ନନ୍ଦ, ମେରୀ ମେକ୍ସିମା, ଗଙ୍ଗାଧର ଦାସ, ଏକ୍କାଙ୍କ ସମେତ ବିଦ୍ୟାନନ୍ଦ ପ୍ରଧାନ, ସରୋଜ ମହାପାତ୍ର, ରବି ନାରାୟଣ ସିଂହ, ରାଜା ମୁନା, ଧନତିଆ ତାଣ୍ତିଆ ପ୍ରମୁଖ କାର୍ଯ୍ୟକ୍ରମ ସଫଳ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.