mahavir

ଆମ୍ ଆଦ୍‌ମୀ ପାର୍ଟିର ୧୪ତମ ପ୍ରତିଷ୍ଠା ଦିବସ ଅବସରରେ ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ ସ୍ୱର ଉତ୍ତୋଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୭୬ତମ ସମ୍ବିଧାନ ଦିବସ ଏବଂ ଆମ୍ ଆଦ୍‌ମୀ ପାର୍ଟିର ୧୪ତମ ପ୍ରତିଷ୍ଠା ଦିବସ ଅବସରରେ “ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ” ବୋଲି ସ୍ୱର ଉତ୍ତୋଳନ କରିଥିଲେ । ଆମ୍ ଆଦ୍‌ମୀ ପାର୍ଟି ତରଫରୁ ୭୬ତମ ସମ୍ବିଧାନ ଦିବସ ପାଳନ କରାଯାଇଛି । ବଜ୍ର ଶପଥ ନେଇ ବ୍ରହ୍ମପୁର ଇଞ୍ଜିନିୟରିଙ୍ଗ ସ୍କୁଲ ଛକ ଏବଂ ଢ଼ିପ ସହି ନିକଟରେଥିବା ଭାରତ ରତ୍ନ ବାବା ସାହେବ ଡ଼ଃ. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଏକ ବୈପ୍ଲବିକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଭାରତ ରତ୍ନ ବାବା ସାହେବ ଡ଼.ଭୀମରାଓ ଆମ୍ବେଦକରଙ୍କ ନେତୃତ୍ୱରେ ଗଠିତ ଭାରତୀୟ ସମ୍ବିଧାନ ସମାନତା, ସାମାଜିକ ନ୍ୟାୟ, ଧର୍ମନିରପେକ୍ଷତା, ଗଣତନ୍ତ୍ର ଓ ସ୍ୱାଧୀନତାର ଏକ ଅଦ୍ଭୁତ ଦଲିଲ ଅଟେ ବୋଲି ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ବ୍ୟାଖ୍ୟା କରାଯାଇଛି । ଆମେ ଏହାର ସୁରକ୍ଷା ଓ ସମ୍ମାନ ପାଇଁ ସଂକଳ୍ପିତ ହେବାର ଆବଶ୍ୟତା ଅଛି । କିନ୍ତୁ ଶେଷ କିଛି ବର୍ଷ ଧରି ଦେଶରେ ସାମ୍ବିଧାନିକ ବ୍ୟବସ୍ଥା, ସମ୍ବିଧାନର ମର୍ଯ୍ୟାଦା, ସମ୍ବିଧାନିକ ସଂସ୍ଥା ଗୁଡିକର ମୌଳିକ ଅଧିକାରର ହ୍ରାସ ହୋଇଯାଇଛି । ଜନସାଧାରଣଙ୍କ ମତାମତ ଉପରେ ଅଙ୍କୁଶ ଲଗାଯାଇଛି । ବିପକ୍ଷ ନେତାମାନଙ୍କ ଉପରେ ପ୍ରଶାସନୀୟ ଚାପ, ଆର୍ଥିକ ଅସମାନତାର ବୃଦ୍ଧି ଏହା ସମ୍ବିଧାନୀୟ ମୂଲ୍ୟବୋଧକୁ କ୍ଷୁର୍ଣ୍ଣ କରୁଛି ବୋଲି ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ସାଥୀ ଆଦିତ୍ୟ ନାରାୟଣ ରଥ ମତପ୍ରକାଶ କରିଥିଲେ । ଆଜିର ଦିନରେ ବାବା ସାହେବଙ୍କ ପ୍ରତିମୂର୍ତ୍ତି ପ୍ରତି ଅଣଦେଖା କରିବା, ଅବମାନନା କରିବା, ଅସମ୍ମାନ କରାଯାଉଥିବା ପ୍ରତ୍ୟକ୍ଷ ଭାବେ ପରିଲକ୍ଷିତ ହେଉଛି । ବାବା ସାହେବଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିବା ପରିସରକୁ ପରିଷ୍କାର ପରିଚ୍ଛନ୍ନତା ରଖିବାରେ ସ୍ଥାନୀୟ ପ୍ରଶାସନ ଅବହେଳା ପ୍ରଦର୍ଶନ କରିଥିବା ନେ଼ଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି । ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ ନ କରିବା ବିଜେପି ସରକାରଙ୍କ ଆମ୍ବେଦକରଙ୍କ ପ୍ରତି ଘୃଣା ଭାବକୁ ପରିପ୍ରକାଶ କରୁଛି ବୋଲି ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ଗଭୀର ଉଦବେଗ ପ୍ରକାଶ ପାଇଛି । ତେଣୁ ଜନସାଧାରଣ ଏହାର ବିରୁଦ୍ଧରେ ସଂଗଠିତ ହେବାକୁ ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ନିବେଦନ କରାଯାଇଛି । ପାଳନ କରାଯାଇଥିବା ୭୬ତମ ସମ୍ବିଧାନ ଦିବସ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସଭାପତି ସୁବାଷ ଚନ୍ଦ୍ର ରାଉତ, ସମ୍ପାଦକ ଆଦିତ୍ୟ ନାରାୟଣ ରଥ, ଯୁବ ସଭାପତି ପି. ନୀଳକଣ୍ଠ ରେଡ୍ଡୀ, ଆଡ଼ଭୋକେଟ କୈଳାଶ ସେଠୀ, ରୀତୁ କୁମାରୀ ସେଠୀ, କୃଷ୍ଣ ବେହେରା, ଶିବା ରେଡ୍ଡୀ, ଅଭିମନ୍ୟୁ ଦଳାଇ, ସତ୍ୟପ୍ରକାଶ ସେଠୀ, ସନ୍ତୋଷ ପାତ୍ର, ଶ୍ରୀତମ୍ ବିଶୋଇ, ଶିବ କୁମାର କରାଡେ, ସୁଦର୍ଶନ ମଲ୍ଲିକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.