jsm

ଗଞ୍ଜାମ ମହାବିଦ୍ୟାଳୟରେ ୫୭ତମ ପ୍ରତଷ୍ଠା ଦିବସ ପାଳିତ

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟ ଅଡିଟରୀୟମ ଗୃହରେ ମହାବିଦ୍ୟାଳୟ ଅଧକ୍ଷା ଡ.ସ୍ୱରଣିକା ହୋତାଙ୍କ ସଭାପତିତ୍ୱ୫୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗ ଦେଇ ଛାତ୍ରଛାତ୍ରୀମାନେ ହିଁ ଦେଶର ଭବିଷ୍ୟତ ସେମାନେ ଦେଶର ଗୌରବ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ବିଶିଷ୍ଟ ବକ୍ତା ଭାବେ ପୂର୍ବତନ ବିଧାନସଭା ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଏନ୍ ଏସି ଅଧ୍ୟକ୍ଷା ପ୍ରତିଭା ପାଢି, ବିଡ଼ିଓ ଅଚ୍ୟୁତ ନନ୍ଦ ଜାନି, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷା ଅତିଥି ପରିଚୟ ପ୍ରଦାନ କରିବା ସହ ମହାବିଦ୍ୟାଳୟରେ ଥିବା ବିଭିନ୍ନ ସମସ୍ୟା ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୧୯୬୯ରେ ସ୍ଥାପିତ ଏହି ପୁରାତନ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାରେ ଜର୍ଜରିତ ହୋଇଥିବା ବେଳେ ରାଜନୀତି ଇଚ୍ଛା ଶକ୍ତି ଅଭାବ ଯୋଗୁଁ ଅର୍ଥ ଶାସ୍ତ୍ରର ଅଧ୍ୟାପକ ଏବଂ ରାସାୟନିକ ବିଜ୍ଞାନ ଅଧ୍ୟାପକ ନଥିବା ନେଇ କ୍ଷୋଭ ପ୍ରକାଶ କରାଯାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ଶିକ୍ଷାନୁଷ୍ଠାନ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ ।

yuvodaya
Leave A Reply

Your email address will not be published.