jsm

ନାବାଳିକାକୁ ଗର୍ଭବତୀ କରିଥିବା ଅଭିଯୋଗରେ ଯୁବକ ମୁମ୍ୱାଇରୁ ଗିରଫ

csstore

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜିରୋ ଏଫ୍.ଆଇ.ଆର୍.ରେ ମୁମ୍ୱାଇରୁ ଗିରଫ ହେଲା ଯୁବକ । ଗଞ୍ଜାମର ନାବାଳିକାକୁ ଗର୍ଭବତୀ କରିଥିବା ଅଭିଯୋଗ ରହିଥିବା ଜଣାପଡିଛି । ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଅଭିଯୋଗ ପରେ ମୁମ୍ବାଇ ପାର୍କ ସାଇଟ୍ ଥାନାକୁ ମାମଲା ସ୍ଥାନାନ୍ତର ହୋଇଥିଲା । ଆଜି ଅଭିଯୁକ୍ତ ପ୍ରଥମେଶ ସଞ୍ଜୟ ଥୋରାଟକୁ ମୁମ୍ବାଇ ପୋଲିସ ଗିରଫ କରିଛି । ମୁମ୍ବାଇରେ ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କରିଥିଲା ବୋଲି ଅଭିଯୋଗ ହୋଇଥିଲା । ବ୍ରହ୍ମପୁର ବଡ ମେଡିକାଲକୁ ଗର୍ଭପାତ କରିବା ପାଇଁ ଆସିବା ପରେ ବୈଦ୍ୟନାଥପୁର ଥାନାରେ ପରିବାର ଲୋକ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ମୁମ୍ବାଇ ପୋଲିସ ଗିରଫ କରିଛି ବୋଲି ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡ଼ଃ.ଶର୍ବଣା ବିବେକ ଏମ୍.
ଉକ୍ତ ମାମଲା ସମ୍ପର୍କରେ ସୂଚନା ଦେଇଛନ୍ତି ।

yuvodaya
Leave A Reply

Your email address will not be published.