csstore

ବିଦ୍ୟୁତ ଶୁକ୍ଲ ବୃଦ୍ଧି ପ୍ରତିବାଦରେ ବିଜେପିର ପାଇକମାଲ ବିଦ୍ୟୁତ ବିଭାଗ ସବଡିଭିଜନ ଅଫିସ ସମ୍ମୁଖରେ ବିକ୍ଷୋଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ଦ୍ଧିତ ବିଦ୍ୟୁତ ଶୁକ୍ଲ ପ୍ରତିବାଦରେ ଆଜି ଭାରତୀୟ ଜନତା ପାର୍ଟି ପାଇକମାଲ ବିଦ୍ୟୁତ ବିଭାଗର ଡିଗ୍ରୀସ୍ଥିତ କାର୍ଯ୍ୟାଳୟ ଘେରାଉ କରାଯାଇଛି । ବରଗଡ ଜିଲ୍ଲା ବିଜେପି ଉପସଭାପତି ସରୋଜ ସାମଲଙ୍କ ନେତୃତ୍ୱରେ ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ଗୋବର୍ଦ୍ଧନ ଅଗ୍ରୱାଲ, ପାଇକମାଲ ମଣ୍ତଳ ସଭାପତି କୌଳାଶ ଦିଶ୍ରୀ, ମାଣ୍ଡୋସିଲ ମଣ୍ତଳ ସଭାପତି ସଞୟ ବେହେରା, ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ବଳରାମ ସାହୁ, ଜିଲ୍ଲା ଯୁବମୋର୍ଚ୍ଚା ଉପ ସଭାପତି ରୋଶନ ପାଣିଗ୍ରାହୀ, ଜିଲ୍ଲା କୃଷକ ମୋର୍ଚ୍ଚା କୋଡିନେଟର ଯୋଗେନ୍ଦ୍ର ଭୋଇ, ମହିଳାମୋର୍ଚ୍ଚା ଉପ ସଭାପତି ଶ୍ରୀମତୀ ସୁବାସିନୀ ପ୍ରଧାନ, ପୁରନ୍ଦର ସାହୁ, ସୁଶାନ୍ତ ନାଗ, ଦିବାକର ତାଣ୍ତି, ଅକ୍ଷୟ ସାହୁ, ମନୋଜ କୁମ୍ଭାରଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଏକ ଶୋଭାଯାତ୍ରାରେ ଆସି ପାଇକମାଲ ବିଦ୍ୟୁତ ବିଭାଗ ଅଧିକାରୀ ପୁରନ୍ଦର ସାହୁଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବୀପତ୍ରରେ ମୁଖ୍ୟତ ମହାମାରୀ ସମୟରେ ବିଦ୍ୟୁତ ମୁଲ୍ୟ ବୃଦ୍ଧି ସାଧାରଣ ଉପଭୋକ୍ତା ପାଇଁ ଅଭିଶାପ ହୋଇପଡିଛି । ଅପାର ରାଜ୍ୟ ସରକାରଙ୍କ ଭୁଲ ନିତି ଯୋଗୁଁ ରାଜ୍ୟର ୯୨ ଲକ୍ଷ ଉପଭୋକ୍ତା ଆଥିର୍କ ସଙ୍କଟ ଆଡକୁ ଟାଣି ହୋଇଯାଇଛି ବୋଲି ମତପ୍ରକାଶ ପାଇଥିଲା । ଭିତ୍ତିଭୂମି ବିକାଶ ପାଇଁ ହଜାର ହଜାର କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ପାଖରୁ ଆସୁଥିବା ବେଳେ ରାଜ୍ୟରେ ଯଥାର୍ଥ ବିକାଶ ନଘଟି ହରିଲୁଟ ଚାଳିଛି ଏବଂ ରାଜ୍ୟ ସରକାର ଉପଭୋକ୍ତାଙ୍କ ସ୍ୱାର୍ଥକୁ ନଜର ନଦେଇ ବିତରଣ କମ୍ପାନୀଙ୍କ ସ୍ୱାର୍ଥ ପାଇଁ କାମ କରୁଛନ୍ତି । ଏଣୁ ବିଜେପି ଏହାର ତୀବ୍ର ପ୍ରତିବାଦ କରିବା ସହ ଆଗାମୀ ଦିନରେ ସାଧାରଣ ଉପଭୋକ୍ତାଙ୍କ ସ୍ୱାର୍ଥ ପାଇଁ ଆନ୍ଦୋଳନକୁ ଅଧିକ କ୍ରିୟାଶୀଳ କରିବାକୁ ଯୋଜନା କରୁଥିବା ବେଳେ ଏହା ସହିତ ୬ଟି ଦାବୀପତ୍ରରେ ଉପସ୍ଥାପନ କରାଯାଇଛି ।

jayashree
Leave A Reply

Your email address will not be published.