ଚଲକି ପଞ୍ଚାୟତରେ ବିଜେଡ଼ି ଦଳ ପକ୍ଷରୁ ଶଙ୍ଖ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ଚଲକି ପଂଚାୟତରେ ଶୁକ୍ରବାର ତୃତୀୟ ଦିବସରେ ଶଙ୍ଖ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନା ବିଷୟରେ ଲୋକଙ୍କୁ ସଚେତନତା ପାଇଁ ଚଳକି ସଦର ମହକୁମାଠାରେ ପ୍ରଥମେ ଏକ ବୈଠକ ଅନୁଷ୍ଠିତ କରାଯାଇ ପରେ ପରେ ପଞ୍ଚାୟତର ସମସ୍ତ ଗ୍ରାମକୁ ଶଙ୍ଖ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ତଥା ବିଜେଡ଼ି ରାଜ୍ୟ ସମ୍ପାଦକ ହଂସରାଜ ଜୈନ ଓ ସମ୍ମାନିତ ଅତିଥି ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ନିରୁପମା ମାଝୀଙ୍କ ନେତୃତ୍ୱରେ ଏହି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶିଷ୍ଟ ଅତିଥି ରୂପେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଉଦ୍ଧବ ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ, ଅବସରପ୍ରାପ୍ତ ବ୍ଲାକ କମାଣ୍ଡୋ ଗିରିରାଜ ସିଂ ମାଝୀ, ଆଶାତୁଲ୍ଲା ଖାଁ, ଶ୍ରୀଧର ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ସଭା ସଂଯୋଜନା କରିଥିଲେ ବରିଷ୍ଠ ବିଜେଡ଼ି ନେତା ଦିଲ୍ଲୀପ କୁମାର ପୃଷ୍ଟି । ଏଥିରେ ବିଜେଡ଼ି ନେତା ହୀରାଲାଲ ଜୈନ, ଅଭିଳାଷ ବଘାର, ଅଶ୍ୱିନୀ ମାଝୀ, ଦିଲ୍ଲୀପ ମହାନ୍ତି, ପିଙ୍କି ଖର୍ସେଲ, କଶ୍ୟପ ସରାଫ, ଯୁଧିଷ୍ଠିର ଭରାସଗରିଆ, ବିଟୁ ସାଙ୍ଘା, ବିଷ୍ଣୁ ଯୁଆଡ, ବରୁଣ ଲୁହା, ଲିଙ୍ଗ ମାଝୀ, ଜଗନ୍ନାଥ ବାଗ, ଦିଲୁ ପଟ୍ଟନାୟକ, ଜୟକିଶାନ ବାଗ, ପିଣ୍ଟୁ ଦୀପ, ତପନ ଦୀପଙ୍କ ସହିତ ପଞ୍ଚାୟତର ଶହ ଶହ ମହିଳା ଓ ପୁରୁଷ ଉପସ୍ଥିତ ରହି ଶଙ୍ଖ ଜନସମ୍ପର୍କ ପଦଯାତ୍ରାକୁ ସଫଳ କରିଥିଲେ ।

Leave A Reply

Your email address will not be published.

twelve − 3 =